ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ; କାଦୁଆ ଗଣେଶଙ୍କ ଧବଳମୁଖ ଦର୍ଶନ ପାଇଁ ଭିଡ଼ ପରିଲକ୍ଷିତ
ଜଟଣୀ:- ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶପୂଜା ଲାଗି ଜଟଣୀ ସହର ଚଳଚଞ୍ଚଳ ହୋଇଉଠିଛି । ଏହି ପୂଜା ୧୧ଦିନ ତଥା ପୂର୍ଣ୍ଣମୀ ତିଥି ପର୍ଯ୍ୟନ୍ତ ଚାଲିବ। ତେବେ ପ୍ରଭୁ ଗଜାନନ ଜଟଣୀର ବିଭିନ୍ନ ମଣ୍ଡପରେ ବିରାଜମାନ ହୋଇଥିବା ବେଳେ ସେଥି ମଧ୍ୟରୁଅନେକ ପୂଜାମଣ୍ଡପର ପୂଜା ପଛର ଐତିହ୍ୟରହିଛି। ସେଥି ମଧ୍ୟରୁ ଜଟଣୀ ରାଜା
ବଜାରରେ ପୂଜା ପାଉଥିବା କାଦୁଆ ଗଣେଶ ଅନ୍ୟତମ। କାଦୁଆ ଗଣେଶଙ୍କ ଧବଳମୁଖ ଦର୍ଶନ କଲେ ସନ୍ତାନପ୍ରାପ୍ତି ହୋଇଥାଏ ବୋଲି ଏଠାରେ ଐତିହ୍ୟ ତଥା ପୌରାଣିକ ଗାଥା ରହିଛି। ରାଜାବଜାର ପୂଜା କମିଟି ସଭାପତି ଶରତ କୁମାର ସାହୁ ଓ ସମ୍ପାଦକ ଶ୍ରୀକାନ୍ତ ପ୍ରଧାନଙ୍କ ସୂଚନାନୁଯାୟୀ ରାଜାବଜାର ଗଜାନନଙ୍କ ପୂଜା ୧୯୩୭ ମସିହାଠାରୁ
ଆରମ୍ଭ ହୋଇଥିବା ଜଣାଯାଏ। ଏଠାରେ ସ୍ଵର୍ଗତ ଦିନବନ୍ଧୁ ସାହୁ ଏବଂ ତାଙ୍କର କିଛିସହଯୋଗୀ ମିଳିତଭାବେ ପୂଜା ଆରମ୍ଭକରିଥିଲେ । କୁହାଯାଏ ପୂଜା ଆରମ୍ଭ ବର୍ଷଠାରୁଏଠାରେ ବର୍ଷାହେବାର ଏକ ଅଲୌକିକ ରହସ୍ୟ ରହିଛି । ତେଣୁ ଏହି ପୂଜା କାଦୁଆ ପଚ ପଚ ପରିବେଶ ମଧ୍ୟରେ ହେଉଥିବାରୁଏହାକୁ କାଦୁଅ ଗଣେଶ ବୋଲି କୁହାଯାଏ l ଏଠାରେ ପୂଜା ପାଉଥିବା ପ୍ରଭୁ ଗଜାନନଙ୍କ ମୁଖ ଧବଳ ହୋଇଥାଏ। ଏଥି ବ୍ୟତୀତ ନିଃସନ୍ତାନ ମହିଳାମାନେ ସନ୍ତାନପ୍ରାପ୍ତି ଲାଗି ମାନସିକ ରଖି ଏହି କାଦୁଆ ଗଣେଶଙ୍କୁ ଦର୍ଶନକଲେ ସନ୍ତାନପ୍ରାପ୍ତ ହୋଇଥାଏ ବୋଲି ବିଶ୍ଵାସ ରହିଛି । ମୂର୍ତ୍ତି ତିଆରିର ଆହୁରି ଏକ ବିଶେଶ୍ୱତ ହେଲା ମୂର୍ତ୍ତି ତିଆରିରେ କେବଳ ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଇଥାଏ l ଏବଂ କଟକ ଗୋଡି ସାହି ବେହେରା ସମ୍ପ୍ରଦାୟର ମୂର୍ତ୍ତି କାରିଗର ମୂର୍ତ୍ତି ତିଆରିର ପରମ୍ପରା ରହିଅଛି l ପ୍ରତିଦିନ ଠାକୁରଙ୍କ ନିକଟରେ ମିଷ୍ଟାନ୍ନ ଭୋଗଲାଗି ହୋଇଥାଏ ଚଳିତବର୍ଷ ପୂଜାକୁ ଆହୁରି ଜାକଜମକ ମଧ୍ୟରେ କରାଯାଉଛି । ୫୬ ଫୁଟର କେଦାରନାଥ ଏଲିଡି ଲାଇଟର ତୋରଣ ସାଙ୍ଗକୁ ବିଭିନ୍ନ ବର୍ଗ ଆନିମେସନ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରତିଦିନ ପୂଜା ମଣ୍ଡପରେ ଭଜନକୀର୍ତ୍ତନ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମପରିବେଷଣ କରାଯାଉଛି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୧/୮/ ୨୦୨୫----୯,୨୫ Sakhigopal News,31/8/2025


