ads

Breaking News

ଜଟଣୀ ପ୍ରେସ୍ କ୍ଲବ ପକ୍ଷରୁ ପାଳିତ ହେଲା ୭୯ ତମ ସ୍ୱାଧୀନତା ଦିବସ


ଜଟଣୀ:-----ଜଟଣୀ ପ୍ରେସ୍ କ୍ଲବ ତରଫରୁ ସ୍ଥାନୀୟ "ପ୍ରେସ୍ କ୍ଲବ'ଠାରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅଧିବକ୍ତା ଉମାଶଙ୍କର ମିଶ୍ର ଯୋଗ ଦେଇ ଜାତୀୟ ପତକା ଉତ୍ତୋଳନ କରିଥିଲେ l ସମାଜରେ କିପରି ଜଣେ ନିର୍ଭିକ ସାମ୍ବାଦିକ ରୂପେ ନିଜକୁ ପ୍ରତିଷ୍ଠା କରିପାରିବେ ସେଥିପ୍ରତି ଦୃଷ୍ଟି ଦେବା ଉଚିତ ବୋଲି ନିଜର ଅବିଭାଷଣ ରଖିଥିଲେ l ଏହି ଉତ୍ସବରେ କ୍ଲବର ଉପଦେଷ୍ଟା ହେମନ୍ତ କୁମାର ସୁନ୍ଦରାୟ ଯୋଗ ଦେଇ ଖବର ପ୍ରସାରଣ ଦିଗରେ ଅଧିକ ଲକ୍ଷ ରଖି ଖବରଟି ଯେପରି ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଫଳପ୍ରଦ ହୋଇପାରିବ ସେଥି ପ୍ରତି ଗୁରୁତ୍ୱ ଦେବା ଉଚିତ l ପ୍ରତ୍ୟକ କ୍ଷେତ୍ରରେ ଖବର ପ୍ରସାରଣ କରି ସମାଜରେ ନିଜକୁ ଜଣେ ନିର୍ଭିକଏବଂ ସଚ୍ଚୋଟ ସାମ୍ବାଦିକ ରୂପେ ପ୍ରତିଷ୍ଠିତ ହେବା ପାଇଁ ଉପସ୍ଥିତ ସମସ୍ତ ସମ୍ୱାଦିକଙ୍କୁ ନିଜର ଅବିଭାଷଣରେ ପ୍ରକାଶ କରିଥିଲେ l ପ୍ରେସ କ୍ଲବର ସଭାପତି ତଥା ସାମ୍ବାଦିକ ରଙ୍ଗନାଥ ବେହେରା, ହୃଦାନନ୍ଦ କୋଦାମ ସିଂହ, ଅମରେଶ ରାଉତରାୟ, ଶ୍ରୀକାନ୍ତ ପ୍ରଧାନ,ଦେବ ପ୍ରସାଦ ଦାସ, ସଂଜୀବ ସେଠ, ମହମ୍ମଦ ଅତିକ,ସତ୍ୟ ନାରାୟଣ ସାମନ୍ତରାୟ,ସମାଜ ସେବୀ ଅଶୋକ କୁମାର ଜେନା ତଥା ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ ,୧୬/୮/୨୦୨୫---୯,୪୫ Sakhigopal News,16/8/2025

ads

Blog Archive

Popular Posts