ads

Breaking News

ଚନ୍ଦନପୁର ଠାରେ ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ଅଦରକାରୀ ବର୍ଜ୍ଯବସ୍ତୁରୁ ପ୍ରସ୍ତୁତ ଖତ ଦେଖିଲେ ବୈଜ୍ଞାନିକ


ସାକ୍ଷୀଗୋପାଳ ----  କେନ୍ଦ୍ର ସରକାର ଓ   ରାଜ୍ଯ ସରକାରଙ୍କ କ୍ରୁଷିବିଭାଗର   ପ୍ରତ୍ଯକ୍ଷ ତତ୍ୱାବଧାନରେ ଚନ୍ଦନପୁର ଠାରେ ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ଜୈବିକ ଖତ ପ୍ରସ୍ତୁତି ପ୍ରଣାଳୀ ଦେଖି ବୈଜ୍ଞାନିକମାନେ ଖୁସି ହୋଇଥିଲେ  ।       ଏହି ପରିଦର୍ଶନ ସମୟରେ  ମିଶନଶକ୍ତିର ସୌଭାଗିନୀ ସ୍ୱୟଂସହାୟକ ଗୋଷ୍ଠୀ ର ଶତାଧିକ ମହିଳା ଉପସ୍ଥିତ ରହିଥିଲେ  । କେନ୍ଦ୍ର ଓ ରାଜ୍ଯ ସରକାରଙ୍କ କ୍ରୁଷିବିଭାଗର ଆମେରିକୀୟ ଡାକ୍ତର ଷ୍ଟାନର୍ଡଫ ବ୍ଲେଡ  , ଆଫ୍ରିକାର ରେବିଏ ହରୱା  , ରାଜ୍ଯ ସରକାରଙ୍କ କ୍ରୁଷିବିଭାଗର ଅତିରିକ୍ତ ସଚୀବ ଡାକ୍ତର ଶୁଭ୍ରାଂଶୁ ମିଶ୍ର  ଭୁବନେଶ୍ୱର ରାଜ୍ଯ ରାସାୟନିକ ପରିକ୍ଷଣ କେନ୍ଦ୍ର ମୁଖ୍ଯ ପରିଚାଳକ ମାର୍କଣ୍ଡ ପ୍ରଧାନ , ରାଜ୍ଯ କ୍ରୁଷିବିଭାଗର ଅଧ୍ଯକ୍ଷ ଓ ବୈଜ୍ଞାନିକ ରମେଶ ସିଂ  ,ଆର ଆଇସିଏଟି ଡାକ୍ତର  ଅଭିଜିତ ଦତ୍ତ  , ବୈଜ୍ଞାନିକ ହରିଓମ୍ ସିଂ  , କ୍ରୁଷିବିଭାଗର ଜିଲାମୁଖ୍ୟ ଅଧିକାରୀ ତପନକୁମାର ମହାପାତ୍ର  , ଉପଖଣ୍ଡ କ୍ରୁଷିବିଭାଗ ଅଧିକାରୀ ଅମିତ କୁମାର  , ପୁରୀଜିଲା ଉପଖଣ୍ଡ କ୍ରୁଷିବିଭାଗ ଅଧିକାରୀ ପୁଣ୍ଯଶ୍ଲୋକ ମହାପାତ୍ର ପ୍ରମୁଖ
 ଉପସ୍ଥିତ ଥିଲେ  । ସ୍ୱୟଂସହାୟକ ଗୋଷ୍ଠୀ ମହିଳା ମାନେ ବିଲାତି ଦଳ  , ଗୋବର,  ଛଣ  , କୁଟା  , ଅନ୍ଯାନ୍ଯ ଦଳ  , ଗଡିଆପୋଖରୀର ବଧ କୁ ନେଇ ପ୍ରାକୃତିକ ଉପାୟରେ ମାଇକ୍ରୋ ବିୟାଲ କଲଚରରେ ତିଆରି ପୋଷକ ଖତ ପିଟ୍ ଗୁଡିକ ବୁଲି ଦେଖିଥିଲେ  । ଏହି ନୂତନ ପ୍ରଣାଳୀରେ ପ୍ରସ୍ତୁତ ଜୈବିକ ଖତକୁ ପୁରୀଜିଲାରେ ଚାଷୀମାନଙ୍କୁ କ୍ରୁଷିବିଭାଗ ପକ୍ଷରୁ ମାଗଣାରେ ଯୋଗାଇ ଦେବାପାଇଁ ପ୍ରୟାସ କରିଛନ୍ତି  । ଏଥିରେ ଚାଷୀମାନେ ଅନୁପ୍ରାଣିତ ହୋଇ ନିଜେ ନିଜେ ଏହିପରି ଭାବରେ ଜୈବିକ ଖତ ପ୍ରସ୍ତୁତ କରି କ୍ଷେତରେ ପ୍ରୟୋଗ କରି ଲାଭବାନ ହୋଇପାରିବେ ବୋଲି ଆଶା କରାଯାଇଛି। ସେହିପରି ରାସାୟନିକ ସାର ପ୍ରୟୋଗ ନକରି କ୍ଷେତ କୁ ସୁରକ୍ଷିତ ରଖି ଭଲ ଅମଳ ପାଇପାରିବେ ବୋଲି ବୈଜ୍ଞାନିକ ମାନେ ନିଜ ନିଜର ମତବ୍ୟକ୍ତ କରିଥିଲେ  । ସ୍ୱୟଂସହାୟକ ଗୋଷ୍ଠୀ ମହିଳା ମାନଙ୍କ ଏହି ନିଆରା ପ୍ରୟାସକୁ ଆସିଥିବା ବୈଜ୍ଞାନିକ ମାନେ ପ୍ରଶଂସା କରିଥିଲେ  । ସରକାରୀ ପ୍ରତ୍ସାହନ ମିଳିଲେ ସ୍ୱୟଂସହାୟକ ଗୋଷ୍ଠୀ ମହିଳା ମାନେ ଉତ୍ସାହିତ ହୋଇ ଅଧିକ ଜୈବିକ ଖତ ପ୍ରସ୍ତୁତ କରିପାରିବେ ବୋଲି ମିଶନଶକ୍ତି ସଭାନେତ୍ରୀ କହିଛନ୍ତି  । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୯/୮/୨୦୨୫---୭,୨୫ Sakhigopal News,19/8/2025

ads

Blog Archive

Popular Posts