ads

Breaking News

ଦର୍ଶକଙ୍କ ଆକର୍ଷଣ ସୂର୍ଯ୍ୟ ରଥରେ ବିରାଜିତ ରାଜା ବିନାୟକ ମହାରାଜା




ଜଟଣୀ :- ଆରମ୍ଭ ହୋଇଛି ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା। ଦର୍ଶକଙ୍କ ମନ ମୋହୁଛି ସହରର ଅନ୍ୟ ଏକ ଅଗ୍ରଣୀ ପୂଜା ଅନୁଷ୍ଠାନ ‘ପୋଷ୍ଟଅଫିସ ଛକ ବ୍ୟବସାୟୀ ସଙ୍ଘ’ l ସ୍ଥାନୀୟ ବ୍ୟବସାୟୀଙ୍କ କହିବା ଅନୁଯାୟୀ ଦଶ ଦଶନ୍ଧି ଧରି ପୋଷ୍ଟ ଅଫିସ ଛକର ବ୍ୟବସାୟୀ ସୀତାରାମ ଅଗ୍ରୱାଲ ନିଜେ ଏହି ପୂଜା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ବ୍ୟବସାୟ ପ୍ରତିଷ୍ଠାନ ବୃଦ୍ଧିହେବାରୁ ବ୍ୟବସାୟୀମାନେ ଏକତ୍ରିତ ହୋଇ ପୂଜାକୁଅଧିକ ଆକର୍ଷଣୀୟ କରିବାକୁ ଯାଇ ୨୦୧୭ ମସିହାରୁ ପୋଷ୍ଟ ଅଫିସ ଛକରେ ପ୍ରତିବର୍ଷ ନୂତନ ଶୈଳୀରେ ପୂଜା ପାଳନ କରି ଆସୁଛନ୍ତି ।ପ୍ରତିବର୍ଷ ଦର୍ଶକଙ୍କୁ ଆକୃଷ୍ଟ କରିବାପାଇଁ କିଛି କିଛି ନୂଆ କରିବାର ପ୍ରୟାସ ଜାରି ରଖିଛି ସଂଘ। ଚଳିତବର୍ଷ ୩୦ ଫୁଟ ଉଚ୍ଚର ସୂର୍ଯ୍ୟ ରଥରେ ବିରାଜିତ ରାଜା ବିନାୟକ ମହାରାଜା ଶ୍ରୀଗଣେଶ ପ୍ରତିମୂର୍ତ୍ତି ସହ ମା’ ଲକ୍ଷ୍ମୀ ଏବଂସରସ୍ଵତୀ ପୂଜା ପାଉଥିବା ବେଳେ ୩୨ ଫୁଟର ଦେବୀ ଏଲଇଡ଼ି ଲାଇଟ୍‌ ତୋରଣ ସହ ୫୨ଫୁଟର ୱାଲ ଟାୱାର, ୪୨ ଫୁଟର କଟକ ଚଣ୍ଡୀମନ୍ଦିର ମୁଖଶାଳା ଏଲଇଡ଼ି ତୋରଣ ଦର୍ଶକଙ୍କ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ସନ୍ଧ୍ୟାହେଲେ ହଜାର ହଜାର ଦର୍ଶକଙ୍କ ସମାଗମ ଦେଖିବାକୁ ମିଳୁଛି । ଦର୍ଶକଙ୍କ ପାଇଁ କମିଟି ତରଫରୁ ଏକ ସ୍ଵତନ୍ତ୍ରଭାବେ ‘ଫୁଡ୍ ବଜାର’ର ଆୟୋଜନ କରାଯାଇଛି।ଏଠାରେ ଭଳିକି ଭଳି ସୁସ୍ୱାଦୁ ଖାଦ୍ୟର ସମ୍ଭାର ହୋଇଛି।ଗଣେଶ ଚତୁର୍ଥୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପ୍ରତିଦିନ ସକାଳେ ଚୂଡ଼ାଘଷା  ସହ ବିଭିନ୍ନ ଫଳ ଭୋଗ ଲାଗିହେଉଥ‌ିବା ବେଳେ ମଧ୍ୟାହ୍ନର ମାନସିକଧାରୀଙ୍କ ଦ୍ଵାରାଖେଚୁଡ଼ି ଭୋଗ ଏବଂ ସନ୍ଧ୍ୟାରେ ପାଳିଭୋଗ ଠାକୁରଙ୍କପାଖରେ ଲାଗି ହୁଏ। ଦେଶ ଏବଂ ରାଜ୍ୟର ବିଭିନ୍ନସ୍ଥାନରେ କେବଳ ଗଣେଶ ପୂଜା ପାଇବାର ପରମ୍ପରା ଥିବାବେଳେ ଜଟଣୀ ଗଣେଶ ପୂଜାରେ ମା’ ସରସ୍ଵତୀଏବଂ ମା’ ଲକ୍ଷ୍ମୀଙ୍କ ସହ ଗଜାନନ ପୂଜା ପାଇବାରପରମ୍ପରା ଚାଲିଆସିଛି। କମିଟି ତରଫରୁ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ମେକାନିଜିମ୍ ସରଞ୍ଜାମ ଏବଂ୫୨ଫୁଟ୍ ଉଚ୍ଚର ୱାଲ ଟାୱାର ଏଲଇଡ଼ି ଲାଇଟ୍ଗେଟ୍ ଶୋଭା ପାଉଛି ବୋଲି କମିଟି ସଭାପତି ହେମନ୍ତକୁମାର ସୁନ୍ଦରାୟ ପ୍ରକାଶ କରିଛନ୍ତି। ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବରେ ପ୍ରଭୁଙ୍କ ଦର୍ଶନ ପାଇଁ କମିଟି ତରଫରୁଗୁରୁତ୍ଵ ଦିଆଯାଇ ବ୍ୟାପକ ପ୍ରସ୍ତୁତି କରାଯାଇଥିବା କମିଟିସମ୍ପାଦକ ମାନସ ରଞ୍ଜନ ମିଶ୍ର ପ୍ରକାଶ କରିଛନ୍ତି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୧/୮/୨୦୨୫----୯,୩୫ Sakhigopal News,31/8/2025

ads

Blog Archive

Popular Posts