ads

Breaking News

ସାହାସପୁର ଆରୋଗ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ତନ୍ତ୍ରମନ୍ତ୍ର ପୂଜାପାଠ ; ଗ୍ରାମରେ ଉତେଜନା



କଣାସ--- କଣାସ ବ୍ଲକ କାଦୁଆ ଗ୍ରାମପଞ୍ଚାୟତର ସାହାସପୁର ଆରୋଗ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ତନ୍ତ୍ରମନ୍ତ୍ର, ପୂଜାପାଠ ହେଉଥିବା ଖବର ପାଇ ଗ୍ରାମ୍ୟ କମିଟିର ଜପୁ ସାହୁ, ଜାଗର ସାହୁ, ଲିଙ୍ଗରାଜ ପ୍ରଧାନ, କାଳିଆ ପ୍ରଧାନ ପହଞ୍ଚି ସ୍ୱାସ୍ଥ୍ୟ କେନ୍ଦ୍ର ଦାୟିତ୍ୱରେ ଥିବା ମହିଳା ସ୍ୱାସ୍ଥ୍ୟ କର୍ମୀ ମଞ୍ଜୁଲତା ମହାରଣାଙ୍କୁ ତନ୍ତ୍ରମନ୍ତ୍ର ପୂଜାପାଠ ସଂପର୍କରେ ପଚାରିବାରୁ ଶ୍ରୀମତୀ ମହାରଣା ଗ୍ରାମ୍ୟ କମିଟିର ବ୍ୟକ୍ତିମାନଙ୍କୁ ଭୁଲ ମାଗିଥିଲେ । ଏ ସଂପର୍କରେ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର କ୍ଷମାନିଧି ସେଠୀଙ୍କୁ ପଚାରିବାରୁ ସେକୁହନ୍ତି ମୋ ପାଖରେ ଅଭିଯୋଗ ହୋଇଛି ମୁଁ ତଦନ୍ତ କରୁଛି । ଏ ସଂପର୍କରେ ମହିଳା ସ୍ୱାସ୍ଥ୍ୟକର୍ମୀ ମଞ୍ଜୁଲତା ମହାରଣାଙ୍କୁ ପଚାରିବାରୁ ସେକୁହନ୍ତି ମୋର କେତେକ ସଂପର୍କୀୟ ଲୋକ ଆସିଥିଲେ । ଗ୍ରାମର କେତେକ ବ୍ୟକ୍ତି ଏହାକୁ ଅତିରଞ୍ଜିତ କରିଛନ୍ତି । ପ୍ରକାଶଥାଉକି ମହିଳା ସ୍ୱାସ୍ଥ୍ୟକର୍ମୀ ମଞ୍ଜୁଲତା ମହାରଣା ନିରବଚ୍ଛିନ୍ନ ଭାବେ ୧୦୪ମହିଳାଙ୍କୁ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରସବ କରାଇଥିବାରୁ କିଛି ଦିନ ତଳେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ପାଇଥିଲେ ।


କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୨୫ା୮ା୨୦୨୫—୧୨,୪୫   Sakhigopal News, 25/8/2025 


ads

Blog Archive

Popular Posts