ads

Breaking News

ଡେଲାଙ୍ଗ ଉନ୍ନୀତ ଉପ୍ରା ବିଦ୍ୟାଳୟରେ ପୋଷାକ ବଣ୍ଟନ ସହିତ ବୃକ୍ଷ ରୋପଣ


ଡେଲାଙ୍ଗ -ଏକାଗ୍ରତା ଓ ଶୃଙ୍ଖଳା ହିଁ ସଫଳତାର ମୂଳମନ୍ତ୍ର। ପ୍ରତ୍ୟେକ ଛାତ୍ର ଛାତ୍ରୀ ଏକାଗ୍ରତା ଓ ଶୃଙ୍ଖଳା ରକ୍ଷା କରି ଅଧ୍ୟୟନ ସହ ପ୍ରତ୍ୟେକ କାର୍ଯ୍ୟରେ ଅଗ୍ରସର ‌ହେଲେ ସମାଜରେ ଜଣେ ସଫଳ ମଣିଷ ହୋଇ ପ୍ରତିଷ୍ଠିତ ହୋଇପାରିବ ବୋଲି ଡେ଼ଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୋଷାକ ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଦୀପକ କୁମାର ସାହୁ କହିଥିଲେ । ମୁଖ୍ୟ ବକ୍ତା ଭାବେ ସହ ଶିକ୍ଷା ଅଧିକାରିଣୀ ସୁଷମା ଦାଶ, ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲୋକନାଥ ପ୍ରଧାନ ଯୋଗଦେଇ ପିଲାମାନଙ୍କୁ ଭଲ ମଣିଷ ହେବାକୁ  କହିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭୟ ଚରଣ ସାହୁ ଆୟୋଜିତ ସଭାରେ ସଭାପତିତ୍ବ କରିଥିଲେ। ଏଥିରେ ବିଦ୍ୟାଳୟର ମୋଟ ୧୭୬ ଜଣ ଛାତ୍ର ଛାତ୍ରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଟ୍ରାକ୍ ପ୍ୟାଣ୍ଟ୍, ଟ୍ରାକ୍ ସାର୍ଟ,ବୁଟ୍,ଧଳା ଟୋପି ଏକ ହଳ ଲେଖାଏଁ ପ୍ରଦାନ କରାଯାଇଛି। ଏଥିରେ କମିଟି ସଭ୍ୟ ସଭ୍ୟା ଶକ୍ତିମୟୀ ପରିଡ଼ା, ଗୀତାଞ୍ଜଳି ପରିଡ଼ା ଓ ଅନ୍ୟ ସଭ୍ୟ ସଭ୍ୟା ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।ଏଥି ସହ ବିଦ୍ୟାଳୟରେ ମଧ ହର ଘର ତ୍ରିରଙ୍ଗା ପାଳନ ସହିତ  ବୃକ୍ଷ ରୋପଣ କରାଯାଇଥିଲା । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୪/୮/୨୦୨୫---୮,୨୫ Sakhigopal News,14/8/2025

ads

Blog Archive

Popular Posts