ads

Breaking News

କଣସା ବିଭିନ୍ନ ବିଦ୍ୟାଳୟର ତ୍ରିରଙ୍ଗା ଶୋଭାଯାତ୍ରା


କଣାସ--- ଆଜାଦ କା ଅମୃତ ମହୋତ୍ସବ ଅବସର ରେ ସାରା ଦେଶରେ ପାଳିତ ହେଉଥିବା ହର୍ ଘର୍ ତ୍ରିରଙ୍ଗା ଉତ୍ସବ ପାଳନ ର ଦ୍ୱିତୀୟ ପର‌୍ୟ୍ୟାୟର ଶେଷ ଦିବସରେ ଆଜି କଣାସ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ତ୍ରିରଙ୍ଗା ଶୋଭାଯାତ୍ରା ଓ ରାଲି ର ଆୟୋଜନ କରିଛନ୍ତି।

      ସ୍ୱାଧୀନତା ର ଗୌରବ ଉଜ୍ଜୀବିତ ରଖିବା ସହ ପ୍ରତ୍ୟେକ ଘରେ ଘରେ ଜାତୀୟ ପତାକା ଉତ୍ତୋଳନ କରି ସ୍ଵାଧୀନତା କୁ ଅନୁଭବ ଲକ୍ଷ୍ୟରେ ଗତ ଦୁଇ ତାରିଖ ଠାରୁ ଆରମ୍ଭ ହୋଇଥିବା ହର୍ ଘର୍ ତ୍ରିରଙ୍ଗା କାର‌୍ୟ୍ୟକ୍ରମରେ ଆଜି କଣାସ ବ୍ଲକ୍ ଅନ୍ତର୍ଗତ ବାରଦା ବାଦଲ ପୁର ଅନ୍ତର୍ଗତ ଗଡ ବଡ଼ପୁଟ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟ,ବାରଦା ବାଦଲ ପୁର ସଂଯୁକ୍ତ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ,ମା କାମେଶ୍ୱରି ପ୍ରକଳ୍ପ ପ୍ରାଥମିକ, ତିଗିରିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ, ବିର କେଶରୀ ପୁର ପ୍ରକଳ୍ପ ପ୍ରାଥମିକ , ଗଡ ସାନ ପୁଟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ତ୍ରିରଙ୍ଗା ଶୋଭାଯାତ୍ରାରେ ବାହାରି ବିଭିନ୍ନ ଗ୍ରାମ ପରିଭ୍ରମଣ କରିଥିଲେ।ପୂର୍ବରୁ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ତ୍ରିରଙ୍ଗା ପତାକାକୁ ନେଇ ରାକ୍ଷୀ ପ୍ରସ୍ତୁତି, ଚିତ୍ରାଙ୍କନ ଓ    କୁଇଜ୍ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କଣାସ ବ୍ଲକ ଶିକ୍ଷା ଅଧିକାରୀ ରାମ ଚନ୍ଦ୍ର ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଟିତ ଏହି କାର‌୍ୟ୍ୟକ୍ରମରେ ଆଞ୍ଚଳିକ କେନ୍ଦ୍ର ସଂଯୋଜକ ଭୂପତି ଭୂଷଣ ତ୍ରିପାଠୀ ସଂଯୋଜନା କରିଥିଲେ। କଣାସ ରୁ ସୁଜିତ କୁମାର ତ୍ରିପାଠୀଙ୍କ ରିପୋର୍ଟ,୧୩/୮/୨୦୨୫---୮,୧୦ Sakhigopal News, 13/8/2025


ads

Blog Archive

Popular Posts