ads

Breaking News

ପାଲକଷଣ୍ଢା ରେ ଆୟୋଜିତ ହେଲା "ନଳଯାତ୍ରା


ଭଂଜନଗର - କ୍ଷତ୍ରିୟବରପୁର ନିକଟସ୍ଥ ପାଲକଷଣ୍ଢା ଠାରେ ଆୟୋଜିତ ହୋଇଯାଇଛି ପାରମ୍ପରିକ ପର୍ବ "ନଳଯାତ୍ରା" । ପାରମ୍ପରିକ ରୀତିନୀତି ଅନୁସାରେ ପାଖ ଜଙ୍ଗଲରୁ ସଂଗୃହିତ ହୋଇଥିବା ନଳ ବାଉଁଶ କୁ ଅଣାଯାଇ ନୂଆଁ ଲୁଗା ଏବଂ ଫୁଲରେ ସଜାଇଥିଲେ ପୂଜକ । ନଳ ବାଉଁଶ ଦେହରେ ଗାଁର ତିନି ଠାକୁରାଣୀ ତଥା ମା' ଷଣ୍ଢେଶ୍ବର, ମା' କାଳୁଆ ଏବଂ ମା' ଦୋଳୁଆଙ୍କୁ  ଆବାହନ କରାଯାଇ ଥାଏ।  ଗାଁ କରଣଙ୍କ ଘର ଆଗରେ ନଳ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା ପରେ, ମାନସିକଧାରୀ ତାହାକୁ ଧରି ନାଚି ନାଚି ଗାଁ ପରିକ୍ରମା କରିଥିଲେ । ଏହା ଏକ କୃଷି ଭିତ୍ତିକ ପର୍ବ ହୋଇଥିବାରୁ  ଧାନ ରୁଆ କାର୍ଯ୍ୟ ସରିବା ପରେ, କ୍ଷେତରେ ରୋଗ ପୋକ ନିୟନ୍ତ୍ରଣ, ବର୍ଷାକୁ ଆବାହନ ଏବଂ ଭଲ ଫସଲ ଅମଳ ପାଇଁ ଏହି ପର୍ବ ପାଳନ କରାଯିବାର ବିଶ୍ବାସ ରହିଛି । ଗାଁ ମୁଖିଆ ମାନଙ୍କ ଦ୍ବାରା, ଭାଦ୍ରବ ମାସର ଯେ କୈଣସି ସୋମବାର ଦିନ, ଏହି ପର୍ବ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଏ । ମନ୍ଦିର ମାଳିନୀ ଏହି ଗାଁରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ, ନଳ ବାଉଁଶ ଯାତ୍ରାର ଏକ ସ୍ୱତନ୍ତ୍ରତା ରହିଛି । ଦିନ ତମାମ ଆୟୋଜିତ ହେଉଥିବା ଏହି ପର୍ବରେ ଗ୍ରାମର ସମସ୍ତ ପରିବାର ସାମିଲ ହୋଇଥିଲେ । ଆଖପାଖ ଗାଁର ବହୁ ଶ୍ରଦ୍ଧାଳୁଙ୍କ ଭିଡ  ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ତିନି ଠାକୁରାଣୀଙ୍କୁ ମେଲାଣି ଦିଆଯାଇଥିଲା । ଏହି ପର୍ବ ପାଳନ ଦ୍ୱାରା ଗାଁର ଏକତା ଏବଂ ଭାଇଚାରାର ସମ୍ପର୍କ ସୃଷ୍ଟି ହୋଇଥାଏ । ସମସ୍ତ କାର୍ଯ୍ୟକ୍ରମ କୁ ଗାଁ କାର୍ଜୀ ମଦନ ମୋହନ ସ୍ବାଇଁ, ଗାଁ କରଣ ମୁଖ୍ୟ ରବିନ୍ଦ୍ର ପଟ୍ଟନାୟକ ଙ୍କ ସେମେତ ଗାଁ ମୁଖିଆ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨୦/୮/୨୦୨୫----୮,୫୦ Sakhigopal News,20/8/2025

ads

Blog Archive

Popular Posts