ads

Breaking News

ସ୍ବର୍ଗତ ବାଲୁଙ୍କେଶ୍ୱର ମିଶ୍ର ସ୍ମୃତି ସମ୍ମାନ ରେ ସମ୍ବର୍ଦ୍ଧିତ ହେଲା ନିଷ୍ଠା ପରିବାର




ବରଗଡ----
ଗାନ୍ଧୀ ସ୍ମୃତି ପାଠାଗାର ବରଗଡ଼ ଦ୍ଵାରା ଆୟୋଜିତ ଏକୋଇଶିତମ ବରଗଡ଼ ପୁସ୍ତକ ମେଳାର ଉଦଯାପନୀ ସନ୍ଧ୍ୟାରେ ସମ୍ବର୍ଦ୍ଧିତ ହେଲା ନିଷ୍ଠା ପରିବାର।ସ୍ବର୍ଗତ 
 ବାଲୁଙ୍କେଶ୍ୱର ମିଶ୍ର,ଯିଏ କି ବରଗଡ଼ ର ଜଣେ ସୁନାମ ଧନ୍ୟ ବ୍ୟକ୍ତି, ଯାହାଙ୍କ ଅବଦାନ ବରଗଡ଼ ର ଶିକ୍ଷା ତଥା ସାମାଜିକ ଉନ୍ନତି ଓ ଅଭିବୃଦ୍ଧି ରେ ଚିର ସ୍ମରଣୀୟ।ଏହି ଗାରିମାମୟ ଅବସରରେ ମୁଖ୍ୟ ଅତିଥି ଭାବରେ ଭାରତ ବର୍ଷ ର ବରିଷ୍ଠ ପତ୍ରକାର ରାହୁଲ ଦେବ ଯୋଗଦେଇ ଥିଲେ। ନିଷ୍ଠା ପରିବାର କୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉପଢୌକନ, ପୁଷ୍ପ ଗୁଚ୍ଛ, ସ୍ମୃତି ଫଳକ, ମାନ ପତ୍ର ଓ ନଗଦ ପାଞ୍ଚ ହଜାର ଟଙ୍କା ସହ "ବାଲୁଙ୍କେଶ୍ୱର ମିଶ୍ର ସ୍ମୃତି ସମ୍ମାନ" ରେ ମୁଖ୍ୟ ଅତିଥି ଓ ଆୟୋଜକଙ୍କ  ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ସମ୍ମାନ ଟି ବାଲୁଙ୍କେଶ୍ୱର ମିଶ୍ର ଙ୍କ ପୌତ୍ର ଡାକ୍ତର ରମାବଲ୍ଲଭ ମିଶ୍ର ଙ୍କ ଦ୍ଵାରା ପ୍ରଦତ୍ତ ହୋଇଥିଲା। ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ପ୍ରଦତ୍ତ ଏହି ସମ୍ମାନ ନିଷ୍ଠା ପରିବାର ପାଇଁ ଏକ ସ୍ବତନ୍ତ୍ର ଅଧ୍ୟାୟ ସୃଷ୍ଟି କରିବ।ଏହି ସମ୍ମାନ ସମାଜ ସେବା କ୍ଷେତ୍ରରେ ନିଷ୍ଠା ପରିବାର କୁ ପ୍ରେରଣା ଦେବା ସହିତ ଉତ୍ସର୍ଗୀକୃତ ମନୋଭାବ କୁ ଦ୍ଵିଗୁଣିତ କରିବାରେ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମାନେ କହନ୍ତି। ନିଷ୍ଠା ପରିବାର କୁ ଏକ ବିଶିଷ୍ଟ ସମ୍ମାନ ରେ ସମ୍ବର୍ଦ୍ଧିତ କରିଥିବାରୁ ଗାନ୍ଧୀ ସ୍ମୃତି ପାଠାଗାର, ବରଗଡ଼ ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ଅଶେଷ ଅଶେଷ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତିି ଅନୁଷ୍ଠାନ ରୁ ସଦସ୍ୟ ମାନେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨/୧୨/୨୦୨୪ ---- ୯,୪୫ Sakhigopal News,2/12/2024

ads

Blog Archive

Popular Posts