ads

Breaking News

ଶ୍ରୀ ହନୁମାନ ମନ୍ଦିର ପ୍ରତିଷ୍ଠା ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

 
 ବରଗଡ଼ ----ବରଗଡ ଜିଲ୍ଲା 
ବରଗଡ଼ ମୁନିସିପାଲିଟି ଅନ୍ତର୍ଗତ ୱାର୍ଡ ନମ୍ବର ୧୪ ସୁବାସ ନଗର ଠାରେ ଶ୍ରୀ ଶ୍ରୀ ହନୁମାନଜୀ ଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ମନ୍ଦିର ପ୍ରତିଷ୍ଠା କମିଟି ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ମନ୍ଦିର ପ୍ରତିଷ୍ଠା କମିଟି ର ସଭାପତି ଶ୍ରୀ ସରୋଜ କୁମାର ସାହୁ, ସମ୍ପାଦକ ପଞ୍ଚାନନ ପଧାନ,ସଦସ୍ୟ ନୀରୋଜ ପାତ୍ର ଓ ଆଲୋକ ରଞ୍ଜନ ବିଶ୍ବାଳ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ୧୨ଜଣ ମହିଳା ରକ୍ତଦାତା ସମେତ ୨୧ଜଣ ପୁରୁଷ ରକ୍ତଦାତା  ସର୍ବମୋଟ ୩୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର କୁ ନିଷ୍ଠା ପରିବାର ସଦସ୍ୟ ସଦସ୍ୟା ମାନେ ଓ ମନ୍ଦିର କମିଟି ର ସଦସ୍ୟ ମାନେ ସୁପରିଚାଳନା କରିଥିଲେ।ପରିଶେଷରେ  ରକ୍ତ ଦାନ ଶିବିର ଆୟୋଜନ ପାଇଁ ହନୁମାନ ମନ୍ଦିର ପ୍ରତିଷ୍ଠା କମିଟି କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ମନ୍ଦିର କମିଟି ପକ୍ଷରୁ ମଧ୍ୟ ନିଷ୍ଠା ପରିବାର କୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସମସ୍ତ ରକ୍ତ ଦାତା,ସହଯୋଗୀ,ଶୁଭେଛୁ ଓ ମନ୍ଦିର ପ୍ରତିଷ୍ଠା କମିଟି ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।
ନିଷ୍ଠା ପରିବାର ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୫/୧୨/୨୦୨୪----୮,୨୫ Sakhigopal News,5/12/2024


ads

Blog Archive

Popular Posts