ବିପୁଳ ପରିମାଣର ଚୋରା କାଠ ଜବତ, ଆସାମୀ ଫେରାର
ଭଞ୍ଜନଗର- - ଅଟୋ ରେ ଚୋରା କାଠ ଚାଲାଣ ହେଉଥିବା ନେଇ, ବନ ବିଭାଗ ପାଖରେ ଖବର ପହଞ୍ଚିଲା । ରାସ୍ତାରେ ଚଢାଉ କରି ଅଟୋ ସହ, ବହୁ ପରିମାଣର ମୂଲ୍ୟବାନ ସାଇଜ୍ କାଠ ଜବତ ହେଲା । ଘଟଣା ସ୍ଥଳରୁ ଆସାମୀ ଫେରାର ହୋଇ ଯାଇଥିବା ନେଇ ବନ ବିଭାଗ ସୂଚନା ଦେଇଛି । ଜଗନ୍ନାଥପ୍ରସାଦ ବନାଞ୍ଚଳରେ ନଜରକୁ ଆସିଛି, ଏଭଳି ଘଟଣା । ଦିଆ ଯାଇଥିବା ସୂଚନା ପ୍ରକାରେ, ବୁଧବାର ଅପରାହ୍ନ ସମୟରେ ଜଗନ୍ନାଥପ୍ରସାଦ ବନାଞ୍ଚଳ ଅନ୍ତର୍ଗତ ବେଲଗୁଣ୍ଠI ସେକସନର ବୁର ପଲ୍ଲୀ ଗାଁ ଦେଇ ଏକ ଡାଲା ଅଟେ ମୂଲ୍ୟବାନ କାଠ ଚାଲାଣ ହେଉଥିବା ନେଇ ବନ ବିଭାଗ ପାଖରେ ଖବର ପହଞ୍ଚିଥିଲା । ଏନେଇ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବେଲଗୁଣ୍ଠI ସେକସନର କର୍ମଚାରୀ ମାନେ ବୁରପଲ୍ଲୀ ଗାଁ ନିକଟରେ ଚଢ଼ାଉ କରିଥିଲେ । ସେଥିରେ ଥିବା ୨୮ ଟି ଶାଳ ସାଇଜ୍ କାଠ ଯାହାକି ୧୧ ସିଏଫଟି କାଠ ଜବତ କରିଥିଲେ । ଏହା ସହ ଅଟୋ କୁ ମଧ୍ୟ ଜବତ କରିଥିଲେ । ଘଟଣା ସ୍ଥଳରୁ ଅଟୋ ଡ୍ରାଇଭର ଫେରାର ହୋଇଯାଇଥିଲେ । ଏହି ଚଢ଼ାଉରେ ବନାଞ୍ଚଳ ଅଧିକାରୀ ସୁଜାତା କୁମାରୀ ପଣ୍ଡା ସମେତ କର୍ମଚାରୀ ପ୍ରମୁଖ ସାମିଲ ହୋଇଥିଲେ । ଏ ସଂକ୍ରାନ୍ତରେ ୨ଜି/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ବନ ବିଭାଗ । ଏ ସଂକ୍ରାନ୍ତରେ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୧୧/୨୦୨୪----୮,୨୫ Sakhigopal News,7/11/2024



