ads

Breaking News

ବ୍ଲକ ସ୍ତରୀୟ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ନେଇ ମେଧାବୃତ୍ତି ଅନ୍ବେଷଣ


ବରଗଡ଼ --- ବରଗଡ ଜିଲ୍ଲା ସରକାରୀ ରେମଣ୍ଡା ଉଚ୍ଚ ବିଦ୍ୟାଳୟ ଠାରେ ପଶ୍ଚିମ ଓଡ଼ିଶାର  ଯୁକ୍ତ ଦୁଇ ଶିକ୍ଷାନୁଷ୍ଠାନ ଗାୟତ୍ରୀ ମହାବିଦ୍ୟାଳୟ ସମ୍ବଲପୁର ତରଫରୁ ଭେଡେନ ବ୍ଲକ ସ୍ତରୀୟ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ନେଇ ମେଧାବୃତ୍ତି "ଅନ୍ବେଷଣ" ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷାରେ ସର୍ବମୋଟ ୧୧୨ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଗାୟତ୍ରୀ ମହାବିଦ୍ୟାଳୟର ସଂଯୋଜକ ଅମିତ ଶତପଥୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଯୋଜକ ଶ୍ରୀ ଶତପଥୀ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ରେ କିପରି ଭାବରେ ପାଠ ପଢି ଭବିଷ୍ୟତ ସୁନାଗରିକ ହେବା ସହ ଦେଶ ପାଇଁ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ସଭାରେ ମୁଖ୍ୟ ଅତିଥିଭାବେ ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକ,ସମ୍ମାନୀତ ଅତିଥିଭାବେ  ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମହଦେବ ଭୋଇ,ପ୍ରଶାନ୍ତ ପଣ୍ଡା ଯୋଗଦେଇଥିଲେ। ଏହି ସମୟରେ ଅଭିଭାବକ ମାନେ ଅଂଶଗ୍ରହଣ କରି ମତବ୍ୟକ୍ତ କରିଥିଲେ। ପରିଶେଷରେ ମିହିର ରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୫/୧୧/୨୦୨୪---୭,୩୫ Sakhigopal News,25/11/2024

ads

Blog Archive

Popular Posts