ads

Breaking News

ବହଲପାଲି ବିଜୟ କ୍ଲବ ଓ ନିଷ୍ଠା ପରିବାର ମିଳିତ ସହଯୋଗରେ ରକ୍ତଦାନ ଶିବିର



 ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ବହଲପାଲି ଗ୍ରାମ ର ବିଜୟ କ୍ଲବ ର ବରଗଡ ନିଷ୍ଠା ପରିବାର ର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବାଳକୃଷ୍ଣ ପଣ୍ଡା  ଉଦଘାଟନ କରିଥିଲେ। ରକ୍ତଦାନ ଶିବିରକୁ ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା ରକ୍ତ ଭଣ୍ଡାର କାଉନସିଲର ମଣ୍ଟୁ ପ୍ରଧାନ, କରୁଣାକର ସାହୁ, ଜନକ ବେହେରା ଓ ଅମୂଲ୍ୟ ପାତ୍ର ରକ୍ତ ସଂଗ୍ରହ କରି ଥିଲେ। ଏହି ଶିବିର କୁ ବହଲପାଲି ବିଜୟ କ୍ଲବ ର ଉମାକାନ୍ତ ସାହୁ, ସୁବ୍ରତ ପ୍ରଧାନ, ମାନଭଞ୍ଜନ ସାହୁ, ଯୋଗେଶ୍ବର ରଥ ଓ ନିଷ୍ଠା ପରିବାର ର ସଦସ୍ୟ ପରିଚାଳନା ରେ ସହଯୋଗ କରିଥିଲେ। ପରିଶେଷରେ ଏହି ରକ୍ତଦାନ ଶିବିର ଆୟୋଜନ ପାଇଁ ନିଷ୍ଠା ପରିବାର ତରଫ ରୁ ବିଜୟ କ୍ଲବର ସଦସ୍ୟ ମାନଙ୍କୁ ଏକ ଶ୍ରୁତି ଫଳକ ପ୍ରଦାନ କରି ସମର୍ଦ୍ଧିତ କରାଯାଇଥିଲା। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୫/୧୧/୨୦୨୪---୭,୨୦ Sakhigopal News,25/11/2024

ads

Blog Archive

Popular Posts