ads

Breaking News

କାର୍ତ୍ତିକ ମେଳା ଓ ମହାରୁଦ୍ରାଭିଷେକ ଯଜ୍ଞ ଉଦ୍‌ଯାପିତ

ସାକ୍ଷୀଗୋପାଳ ---- ପଶ୍ଚିମ ସତ୍ୟବାଦୀ ଅନ୍ତର୍ଗତ ଅଳଗୁମଠାରେ ପବିତ୍ର ଅଁଳାନବମୀ ଠାରୁ ଚାଲିଥିବା କାର୍ତ୍ତିକ ମେଳା ଓ ଦ୍ୱାଦଶ ଶତାବ୍ଦୀର ପୁରାତନ ଶୈବପୀଠ ଶ୍ରୀଗତିଶ୍ୱର ଦେବଙ୍କ ମନ୍ଦିର ବେଢ଼ାରେ  ଅଁଳା ନବମୀ ଠାରୁ କାର୍ତ୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ ମହାରୁଦ୍ରାଭିଷେକ ମହାଯଜ୍ଞ ଓ କାର୍ତ୍ତିକ ମେଳା ଅନୁଷ୍ଠିତ ହୋଇଛି । ଅଁଳାନମୀ ଠାରୁ ପ୍ରତ୍ୟହ ପ୍ରତ୍ୟୁଷରୁ ବେଢ଼ା ସଫେଇ, ବେଢ଼ାପରିକ୍ରମା, ସଂକୀର୍ତ୍ତନ ଆଦି କରାଯାଇଥିଲା । ମେଳାର ତୃତୀୟ ଦିବସ ତଥା ପବିତ୍ର ବଡ଼ ଏକାଦଶୀ ତିଥିରେ ଶତାଧିକ ମହିଳାଙ୍କ ଦ୍ୱାରା କଳସ ଶୋଭାଯାତ୍ରା କରାଯାଇ ବିଶ୍ୱଶାନ୍ତି ରୁଦ୍ରାଭିଷେକ ମହାଯଜ୍ଞ କରାଯାଇଥିଲା ।  ସନ୍ଧ୍ୟାରେ ଆଳତି କରାଯିବା ପରେ ବିଶିଷ୍ଟ ପ୍ରବଚକଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ  ଓ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ସେହିପରି ଦ୍ୱାଦଶୀ ତିଥିରେ ଗ୍ରହଶାନ୍ତି ନିମନ୍ତେ ଗୋ-ଦୁଗ୍ଧ ଦ୍ୱାରା ତ୍ରୟୋଦଶୀରେ ମଧୁ ଓ ନବାତ ଦ୍ୱାରା, ଚତୁର୍ଦ୍ଦଶୀରେ ଆଖୁରସ ଦ୍ୱାରା ଓ ପୂର୍ଣ୍ଣମୀ ଦିନ ବିଶ୍ୱଶାନ୍ତି ପାଇଁ କୁଶଜଳ ଦ୍ୱାରା ଅଭିଷେକ କରାଯାଇଥିଲା । ଏହିଦିନ ଅର୍ଥାତ୍ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀରେ ମହାଯଜ୍ଞର ପୂର୍ଣ୍ଣାହୁତି ହେବା ସହ ଆଳତି, ପ୍ରବଚନ ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ପ୍ରତ୍ୟହ ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଓ ମେଳା ଦେଖିବାକୁ ଅଳଗୁମ ସମେତ ଆଖପାଖ ଗ୍ରାମମାନଙ୍କରୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗିରହିଥିଲା । କର୍ତ୍ତାଭାବେ ରୁଦ୍ରାଭିଷେକ ପରିଷଦର ସଭାପତି ପ୍ରଦୀପ୍ତ ପଣ୍ଡା କାର୍ଯ୍ୟ ତୁଲାଇଥିବା ବେଳେ ସଂପାଦକ ଉପେନ୍ଦ୍ର ପଣ୍ଡା, ନିରଞ୍ଜନ ପାଣ୍ଡେ, ଅମିନ ପ୍ରଧାନ, ଯଯାତିକେଶରୀ ରାୟ ,ମହେନ୍ଦ୍ର ପଣ୍ଡା, ରଜନୀକାନ୍ତ ପ୍ରଧାନ, ସର୍ବେଶ୍ୱର ପ୍ରଧାନ, ମନୋରଞ୍ଜନ ପ୍ରଧାନ ପ୍ରମୁଖ କାର୍ଯ୍ୟ ପରିଚାଳନା କରିଥିବା ରୁଦ୍ରାଭିଷେକ ପରିଷଦର ସମସ୍ତ ସଭ୍ୟଙ୍କ ସମେତ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୧୧/୨୦୨୪----୭,୧୦ Sakhigopal News,16/11/2024

ads

Blog Archive

Popular Posts