ads

Breaking News

ତାଲମେଣ୍ଡା ର ମାର୍କେଟ ୟାର୍ଡ଼ ଠାରେ ଏକ ଚାଷୀ ସମାବେଶ ଆୟୋଜିତ


ବରଗଡ -- ବରଗଡ ଜିଲ୍ଲା ତାଲମେଣ୍ଡା ର ମାର୍କେଟ ୟାର୍ଡ଼ ଠାରେ ଏକ ଚାଷୀ ସମାବେଶ ଆୟୋଜିତ ହୋଇଯାଇଛି । ତାଲମେଣ୍ଡା ପଞ୍ଚାୟତ ଚାଷୀ କମିଟିର ସଭାପତି ବୃନ୍ଦାବନ ସାହୁ ସଭାପତିତ୍ବ କରିଥିଲେ ଓ ସଂପାଦକ ନନ୍ଦିଘୋଷ ସଂଯୋଜନା କରିଥିଲେ। ଏଥିରେ ସଂଯୁକ୍ତ କୃଷକ ସଙ୍ଗଠନ ଉପଦେଷ୍ଟା ଶ୍ରୀ ରମେଶ ମହାପାତ୍ର, ଉତ୍ପନ୍ନ କୁମାର ଭୋଇ ଓ ଭେଡେନ ବ୍ଲକ କୃଷକ ସଙ୍ଗଠନ ର ସଂପାଦକ ସୁଦାମ ପାତ୍ର ଯୋଗ ଦେଇଥିଲେ।  ଚଳିତ ଖରିଫ ଚାଷ ର ଧାନ ବିକ୍ରୟ ଚାଷୀ ମାନେ କିପରି ଅସୁବିଧା ର  ସମ୍ମୁଖୀନ ନହେବେ ଓ ସରକାରଙ୍କ ପକ୍ଷରୁ ନିର୍ଧାରିତ ଦରରେ ଧାନ ବିକ୍ରି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।ଆଗାମୀ ୧୮ ନଭେମ୍ବର ହେବାକୁ ଥିବା" ମିଗ ଜୋମ" ଜନିତ ଫସଲବୀମା କ୍ଷତିପୂରଣ ଦାବୀ ରେଳରୋକୋ ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। ସହଁରାଟିକରା ମାର୍କେଟ କମିଟି ପୁନଃ ପରିଚାଳନା କରିବେ ବୋଲି ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଗଲା। ପରିଶେଷରେ ଲୋକନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୩/୧୧/୨୦୨୪----୮,୪୫ Sakhigopal News,13/11/2024

ads

Blog Archive

Popular Posts