ads

Breaking News

ବିଧାୟକଙ୍କ ଦ୍ବାରା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଉଦଘାଟନ


ବରଗଡ଼ ----ବରଗଡ ଜିଲ୍ଲା ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦଙ୍କ ଦ୍ବାରା ଭେଡେନ ବ୍ଲକ ର ବିଭିନ୍ନ ଅଞ୍ଚଳରେ ନୂତନ ଅଫିସ ଗୃହ ଉଦ୍ଘାଟିତ ହୋଇଯାଇଛି। ଏଥିରେ ଝରାପାଲି ମାର୍କେଟ ୟାର୍ଡ଼ ର ଅଫିସ ଗୃହ, ସଂକ୍ରିଡା ଆରଆଇ ଅଫିସ,ଅର୍ଜ୍ଜୁଣ୍ଡା ଆରଆଇ ଅଫିସ ଓ ଖୁଣ୍ଟୁଲିପାଲି ର ଏଏନଏମ ସେଣ୍ଟର ପୂଜାର୍ଚ୍ଚନା କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ସମୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଚାଷୀ ଓ ବିଜେପି କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଝରାପାଲି ମାର୍କେଟ ୟାର୍ଡ଼ ଠାରେ ଚାଷୀ ମାନଙ୍କୁ ସରକାରଙ୍କ ପକ୍ଷରୁ ଘୋଷଣା କରିଥିବା କୁଇଣ୍ଟାଲ ପ୍ରତି ୩୧୦୦/ ଟଙ୍କା ଚାଷୀ ମାନଙ୍କ ଠାରୁ ବିନା କଟନି ଛଟନୀ ବିକ୍ରି ହେବ ବୋଲି ବିଧାୟକ କହିଥିଲେ। ଯାହାର ଟୋକନ ସମସ୍ୟା ଅଛି, ତାହା ଅତି ଶିଘ୍ର ବରଗଡ ଜିଲ୍ଲାପାଳଙ୍କ ଦ୍ବାରା ସମାଧାନ ହେବ ବୋଲି କହିଥିଲେ। ଧାନ ବିକ୍ରି ରେ ଚାଷୀ ମାନଙ୍କର ଯେପରି, ଅସୁବିଧା ନହେବ, ସେଥିପ୍ରତି ଧ୍ୟାନ ଦେବାକୁ ଆରଏମସି କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୪/୧୧/୨୦୨୪----୭,୩୦ Sakhigopal News,24/11/2024

ads

Blog Archive

Popular Posts