ads

Breaking News

ଆଶିଷ ଭୋଇଙ୍କ ଶ୍ରାଦ୍ଧରେ ରକ୍ତ ଦାନ ଶିବିର, ୩୬ୟୁନିଟ ରକ୍ତ ସଂଗୃହୀତ



 ବରଗଡ଼ --- ବରଗଡ ଜିଲ୍ଲା ଅତାବିରା ଅନ୍ତର୍ଗତ ଲାଦେର ପାଲି,ରାମ ଚଣ୍ଡୀ ମନ୍ଦୀର ଠାରେ ଆଶିଷ ଭୋଇଙ୍କ ଶ୍ରାଦ୍ଧ ଅବସର ରେ ଭୋଇ ପରିବାର, ପ୍ରଧାନ ପରିବାର ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ଜଣାଶୁଣା ଡାକ୍ତର ଶ୍ରୀ ସୁନୀଲ ଆଚାର୍ଯ୍ୟ ଓ ଡାକ୍ତର ସୁବଳ ଚରଣ ମିଶ୍ର ଫିତା କାଟି ଶୁଭାରମ୍ଭ କରିଥିଲେ।ସ୍ବର୍ଗତ ଆଶିଷ ଭୋଇଙ୍କ ସ୍ମୃତି ରେ ରକ୍ତ ଦାନ କରିଥିବା ରକ୍ତ ଦାତା ମାନଙ୍କୁ ତାଙ୍କ ମାଁ ଆଲ୍ଲାଦିନି ଭୋଇ ଓ ଭାଇ ସୁନିଲ ପ୍ରଧାନ, ରାଜୁ ପ୍ରଧାନ, ସରଜୁ ପ୍ରଧାନ ଭାଇ ବୋହୁ,ମଞ୍ଜୁ ପ୍ରଧାନ,ରଞ୍ଜୁ ପ୍ରଧାନ ରିଙ୍କି ପ୍ରଧାନ ଭଉଣୀ ସବିତା ବିଶ୍ଵାଳ ଜ୍ବାଇଁ ପ୍ରବୀର ବିଶ୍ଵାଳ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହ ହୃଦୟ ରୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଶିବିର ରୁ ୧୮ଜଣ ମହିଳା, ଗୋଟିଏ ରକ୍ତ ଦାତା ଦମ୍ପତ୍ତି ଓ ୧୬ଜଣ ପୁରୁଷ  ଙ୍କୁ ମିଶାଇ ସର୍ବମୋଟ ୩୬ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।ପରିଶେଷ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ଭୋଇ ପରିବାରକୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଶିବିରକୁ ନିଷ୍ଠା ପରିବାର ର ଉପଦେଷ୍ଟା ମଦନ ମୋହନ ଦାଶ, ସଚି ପଣ୍ଡା,ଉମେଶ ପ୍ରଧାନ,କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ସଙ୍କେତ ଆଠଘରା, ଜୟନ୍ତ ପ୍ରଧାନ, ବିଦ୍ୟାଧର ଭୋଇ,ମହିଳା ଶାଖା ସଂଯୋଜିକ ତ୍ରିପୁରା ସୁହୁଲା, ସୁତପା ଗଡତିଆ ଓ ଅନ୍ୟ ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୨/୧୧/୨୦୨୪----୯,୪୫ Sakhigopal News,12/11/2024

ads

Blog Archive

Popular Posts