ads

Breaking News

ଖଣ୍ଡପଡ଼ା ମା ଉମାଦେବୀ ଘରୋଇ ମୋଟର ମାଲିକସଂଘ ପକ୍ଷରୁ୭୭ତମ ସ୍ବାଧୀନତା ଦିବସ ଦିବସ ପାଳିତ





ନୟାଗଡ-ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ବିଂଜ୍ଞାପିତ ଅଞ୍ଚଳ ପରିଷଦ ଅଧିନ ମା ଉମାଦେବୀ ଘରୋଇ ମୋଟର ମାଲିକ ସଂଘ ପକ୍ଷରୁ୭୭ତମ ସ୍ବାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି।ଏଥିରେ ଖଣ୍ଡପଡ଼ା ଥାନା ଅଧିକାରୀ ଜୋତିପ୍ରକାଶ ସ୍ୱାଇଁ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ୭୭ତମ ସ୍ବାଧୀନତା ଦିବସ କୁ ପାଳନ ନିମନ୍ତେ ମା ଉମାଦେବୀ ଘରୋଇ ମୋଟର ମାଲିକ ସଂଘର ସଭାପତି ତଥା ଦୈନିକ ସମ୍ବାଦପତ୍ର ଆରୋପର ନୟାଗଡ ଜିଲ୍ଲା ସାମ୍ବାଦିକ ଚିତ୍ତରଞ୍ଜନ ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଖଣ୍ଡପଡ଼ାର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ,ମୋଟର ମାଲିକ ସଂଘର ସଭ୍ୟ ପ୍ରଭୁତି ଯୋଗ ଦେଇଥିଲେ।ମାଉମାଦେବୀ ଘରୋଇ ମୋଟର ମାଲିକ ସଂଘର ସଭାପତି ଚିତ୍ତରଞ୍ଜନ ମିଶ୍ର ପ୍ରତ୍ୟେକ ବର୍ଷ ସ୍ବାଧୀନତା ଦିବସ,ସାଧାରଣ ତନ୍ତ ଦିବସ,ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ କରାଇ ଥାଆନ୍ତି।ଚଳିତ ବର୍ଷ ରଥଯାତ୍ରା ରେ ଖଣ୍ଡପଡ଼ା ରେ ରଥଯାତ୍ରା ସମୟରେ ଯୋଗ ଦେଇଥିବା ହଜାର ହଜାର ଭକ୍ତଙ୍କୁ ଦହି ସର୍ବତ ବଣ୍ଟନ କରିଥିଲେ। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୬/୮/୨୦୨୩----୮,୪୫ Sakhigopal News,16/8/2023

ads

Blog Archive

Popular Posts