ads

Breaking News

କାହ୍ନl" ଗେଷ୍ଟ ହାଉସରେ ଯୁବତୀଙ୍କ ଝୁଲନ୍ତା ମୃତ୍ୟୁ ଦେହ ଉଦ୍ଧାର ; ମୃତ୍ୟୁକୁ ନେଇ ବଢୁଛି ରହସ୍ୟ




ଜଟଣୀ ---- ସ୍ଥାନୀୟ ସୀତାରାମ ଛକ ନିକଟରେ ଥିବା "କାହ୍ନl" ନାମକ ଏକ ଘରୋଇ ଗେଷ୍ଟ ହାଉସରୁ ଯୁବତୀଙ୍କ ଝୁଲନ୍ତା ମୃତ୍ୟୁ ଦେହ ଉଦ୍ଧାର କରିଛି ପୋଲିସ l ସୂଚନା ମୁତାବକ ରବିବାର ଅପରାହ୍ନରେ ରଶ୍ମିତା ଜେନା ନାମକ ଯୁବତୀଙ୍କ ସହ ସ୍ମୃତି ରଞ୍ଜନ ଜେନା ନାମକ ଏକ ପୁରୁଷ ବନ୍ଧୁଙ୍କ ସହ ଆସି ସୀତାରାମ ଛକ ନିକଟସ୍ଥ 'କାହ୍ନl' ଘରୋଇ ଗେଷ୍ଟ ହାଉସରେ ନିଜର ଆଧାର କାର୍ଡ ସହ ସ୍ୱାମୀ-ସ୍ତ୍ରୀ ର ପରିଚୟ ପ୍ରଦାନ କରି ୧୧୩ ନଂ ରୁମରେ ରହିଥିଲେ l ସେହି ଦିନ ରାତ୍ର ୧୧ଘଟିକା ସମୟରେ ଗେଷ୍ଟ ହାଉସର କର୍ମଚାରୀଙ୍କୁ ଖାଇବା ଆଣିବାଳୁ କହି ବାହାରକୁ ଗଲେ l ତା ପରେ ଗେଷ୍ଟ ହାଉସର କର୍ମଚାରୀ ସେହି ଯୁବକ ଖାଇବା ନେଇ ଆସିଲେକି ନାହିଁ ସେ ବିଷୟରେ ଜାଣିବାକୁ ଚେଷ୍ଟା ନ କରି ହେୟ ଜ୍ଞାନରେ ରହିଲେ l ପରଦିନ ସକାଳ ୧୧. ୩0 ମିନିଟ ସମୟରେ ଗେଷ୍ଟ ହାଉସର ସଫେଇ କର୍ମଚାରୀ ଯେତେବେଳେ ସଫା କରିବାପାଇଁ ୧୧୩ ନଂ ରୁମକୁ ଯାଇ କବାଟ ଠକ ଠକ କଲେ ଭିତରପଟୁ କୌଣସି ଉତ୍ତର ନ ମିଳିବାରୁ ସଫେଇ କର୍ମଚାରୀ ମାଲିକକୁ ଖବର ଦେଲେ l ମାଲିକ ସଂଗେ ସଂଗେ ଆସି ସେହି ରୁମର କବାଟ ବାଡେ଼ଇଲେ କୌଣସି ଉତ୍ତର ନ ମିଳିବାରୁ ଥାନାକୁ ଜଣାଇଥଲେ l ପୋଲିସ ଆସି କବାଟ ଖୋଲି ଦେଖନ୍ତି ଫ୍ୟାନରେ ଯୁବତୀଙ୍କ ମୃତ ଦେହ ଝୁଲୁଥିବାର ଦେଖି ଥିଲେ l ପରେ ଗେଷ୍ଟ ହାଉସର କାଗଜ ପତ୍ର ଯାଞ୍ଚ କରି ମୃତ୍ୟୁ ଝିଅଙ୍କ ଘରକୁ ଖବର  ଦେଇଥଲେ l ଖବର ପାଇ ଘରର ପରିବାର ଲୋକ ଆସିବା ପରେ ପୋଲିସ ଶବକୁ ଉଦ୍ଧାର କରି ପୋଷ୍ଟ ମର୍ଟମ ପାଇଁ ପଠାଇଥିଲେ l ତା ସାଙ୍ଗକୁ ସାଇଣ୍ଟିଫିକ ଟିମ ଆସି ତାର ଅନୁସନ୍ଧାନ କରିଥିଲେ l ଝିଅର ଭାଇ ଜଟଣୀ ଥାନାରେ ଭଉଣୀର ମୁର୍ତ୍ୟୁକୁ ନେଇ ଏକ ଲିଖିତ ଅଭିଯୋଗ ପରେ ପୋଲିସ କେସ ନଂ ୨୩/୨୩ ରେ ଏକ ଅପମୁର୍ତ୍ୟୁ ମାମଲା ରୁଜୁ କରି ଏହାର ତଦନ୍ତ ଚଳାଉ ଅଛି l କିନ୍ତୁ ଚାକିରୀ ଦେବା ନାମରେ ଡାକି ଆଣି ଯୁବକ ଜଣଙ୍କ ହତ୍ୟା କରିଥିବା ଝିଅର ମାଆ ଗଣ ମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି l ଏଠି ପ୍ରଶ୍ନ ଉଠେ ରାତି ୧୧ଘଟିକା ରେ ଜଣେ ଯୁବକ ଗେଷ୍ଟ ହାଉସରୁ ବାହାରକୁ ଯାଉଛି ଯେତେବେଳେ ସେହି ଯୁବକ ଜଣକ ଫେରିଲା କି ନାହିଁ ଗେଷ୍ଟ ହାଉସ କର୍ମଚାରୀଙ୍କ ଦ୍ୱାରା ତାହା ତଦନ୍ତ ସାପକ୍ଷ ନୁହେଁ କି l
ଯେଉଁ ଯୁବକ-ଯୁବତୀ ଗେଷ୍ଟ ହାଉସରେ ରହିବା ପୂର୍ବରୁ ଖାତାରେ ନାମ ପଞ୍ଜିକରଣ କରି କେତେଦିନ ରହିବେ ଏବଂ କେଉଁ ଦିନ କେଉଁ ସମୟରେ ଗେଷ୍ଟ ହାଉସ ଛାଡ଼ିବେ ତାହା ମଧ୍ୟ ଖାତାରେ ଲିଖିତ ଥିବ l ତେବେ ଗେଷ୍ଟ ହାଉସ ଛାଡ଼ିବା ଆଗରୁ ଜଣେ ଯୁବକ  ରୁମରେ ଯୁବତୀକୁ ଛାଡି ରାତି ସମୟରେ ଖାଇବା ଆଣିବାକୁ କହି ଆଉ ଫେରୁ ନାହିଁ ଏଥିରେ ଗେଷ୍ଟ ହାଉସ କର୍ମଚାରୀ ଖାମଖିଆଲ କରିବା କେତେ ଯୁକ୍ତିଯୁକ୍ତ l ବୁଦ୍ଧିଜୀବୀଙ୍କ ମତରେ ଜଟଣୀ ସହରରେ ଥିବା ସମସ୍ତ ଘରୋଇ ଗେଷ୍ଟ ହାଉସ ବା ଲଜ ଗୁଡିକ ପ୍ରକୃତରେ ଏହା ସରକାରଙ୍କ ଦ୍ୱାରା ପଞ୍ଜିକୃତ ହୋଇଛିକି ନାହିଁ । ଏଥିରେ ଫ୍ୟାର ସେଫଟି ଅଛିକିନାହିଁ, ଏହା ସରକାରଙ୍କ ଦ୍ୱାରା ଲାଇସେନ୍ସ ପ୍ରାପ୍ତ ହୋଇଛି କି ନାହିଁ  । ଏମାନେ ସରକାରଙ୍କୁ ଜିଏସଟି ଦେଉଛନ୍ତିକି ନାହିଁ ଏହି ସମସ୍ତ ଘଟଣାକୁ ପରିଷର ଭୁକ୍ତ କରି ସ୍ଥାନୀୟ ପ୍ରଶାସନ ତଦନ୍ତ କରିବା ଉଚିତ l ପ୍ରତ୍ୟେକ ଲଜରେ ଦିନକୁ କେତେ ଯାତ୍ରୀ ଆସି ରହୁଛନ୍ତି l ସେମାନେ କେଉଁ ଉଦେଶ୍ୟରେ ଆସି ରହୁଛନ୍ତି l ରହୁଥୁବା ଯାତ୍ରୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ସ୍ଥାନୀୟ ପ୍ରଶାସନ ତଦନ୍ତ କରି ତାର ଲିଖିତ ପତ୍ର ରଖିବା ଉଚିତ l କାରଣ ଅନେକ ସମୟରେ କିଛି ମାଫିଆ, ଦଲାଲ ଆସି ଲଜ ବା ଗେଷ୍ଟ ହାଉସକୁ ଏକ ସୁରକ୍ଷା ସ୍ଥଳ ବାଛିନେଇଥିବା ଏକ ବିଶେଷ ସୂତ୍ରରୁ ପ୍ରକାଶ l ଜଟଣୀ ଏପରି ଏକ ନିର୍ଭୟ ସହର ଯାହାକି ରାଜ୍ୟର ସମସ୍ତ ଅସାମାଜିକ ଯୁବକଙ୍କ, ମଦ ମାଫିଆ, ଧଳା ଜହର ମାଫିଆଙ୍କ ସୁରକ୍ଷା ସ୍ଥଳ ପାଲଟିଛି l ଏହା ଦ୍ୱାରା ଜଟଣୀରେ ସବୁକିଛି ଖୁଲମଖୁଲା ଘଟଣା ଘଟୁଛି l ଏହାର ମୁଖ୍ୟ କାରଣ ସ୍ଥାନୀୟ ପ୍ରଶାସନର ଖାମଖିଆଲ ମନବୃତି l ଦେଖାଯାଉ ଜଟଣୀ ସହର କେବେ ଏ ସବୁରୁ ମୁକ୍ତି ପାଉଛି l
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୪/୭/୨୦୨୩----୮,୩୫ Sakhigopal News,4/7/2023

ads

Blog Archive

Popular Posts