ads

Breaking News

କାମ କରିବାକୁ ଯାଇ ଭୀମସେନ ନିଖୋଜ, ସ୍ୱାl%%0ମୀକୁ ନ ପାଇ ସ୍ତ୍ରୀ ଆଖିରୁ ଶୁଖୁନି ଲୁହ, ଫାଇଲ ତଳେଷଚାପି ହୋଇରହିଛି ଅଭିଯୋଗ ପତ୍ର,

Lol

ନୟାଗଡ----  ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ଥାନା ଅନ୍ତର୍ଗତ ବେଣା ଗାଡ଼ିଆ ପଞ୍ଚାୟତର କାଦୁଆ ଗାଁର ଭୀମସେନ ରାଉତ ମୂଲ ଲାଗିବା ନିମନ୍ତେ ଗତ ଜାନୁଆରୀ ମାସ 3 ତାରିଖରୁ ଘରୁ ଯାଇଥିଲେ । ଭୁବନେଶ୍ୱର ଷ୍ଟେସନରୁ ଟ୍ରେନ ଯୋଗେ ସୁରୁତ ଅଭିମୁଖେ ଯାତ୍ରା କରିଥିଲେ।ଟ୍ରେନଟି ନାଗପୁର ଷ୍ଟେସନ ପହଁଚିବା ବେଳକୁ ତାମିଲନାଡୁ ରେ କାମ କରୁଥିବା ସାନପୁଅ ଛo

ବିନ୍ଦ୍ର ବାପା ସାଙ୍ଗରେ ଫୋନରେ କଥା ବାର୍ତ୍ତା ହୋଇଥିଲେ।କିନ୍ତୁ ଏହି ଫୋନ ଶେଷ ଫୋନ ହିଁଥିଲା।କିନ୍ତୁ ତାପରେ ଆଉ ଫୋନ ନଥିଲା।ସୁରତ ରେକାମ କରୁଥିବା ବଡ଼ପୁଅ ବିଦେଶୀ ରାଉତ ମଧ୍ୟ ବାପା ସାଙ୍ଗରେ କଥା ନହୋଇ ସୁରତରେ ଚାହିଁ ବସିଥିଲେ। କିନ୍ତୁ ବାପାଙ୍କ ଦେଖା ନାହିଁକି ସୁରତ ଷ୍ଟେସନରେ ଓଲ୍ହାଇ ଛନ୍ତି କି ନାହିଁ ଖୋଜ ଖବର ନାହିଁ।ଦୀର୍ଘ ସାତ ମାସ ବିତି ବାକୁ ଲାଗିଲାଣି କିନ୍ତୁ ଭୀମସେନଙ୍କ ପତା ମିଳୁନଥିବା ବେଳେ ପରିବାର ଲୋକେ ବହୁ ଖୋଜାଖୋଜି କରି ନୟାନ୍ତ ହେଲେଣି । ଏପଟେ ଭୀମସେନଙ୍କ ନିଖୋଜ ଘଟଣାରେ ଘରେ ସ୍ତ୍ରୀ ଆଖିରୁ ଲୁହ ଶୁଖୁନି କି ଚୁଲି ଜଳୁନି।ଘଟଣା ସମ୍ପର୍କରେ ମଝିଆଁ ପୁଅ ପଙ୍କଜ ରାଉତ ଖଣ୍ଡପଡ଼ା ଥାନା, ନୟାଗଡ଼ ଜିଲ୍ଲାଶ୍ରମ ଅଫିସରଙ୍କୁ ବାପାଙ୍କ ସନ୍ଧାନ ନିମନ୍ତେ ଆକୁଳ ନିବେଦନ କରିଥିଲେ । ତେବେ ନୟାଗଡ ଜିଲ୍ଲାଶ୍ରମ ଅଧିକାରୀ ନିରବ ଦ୍ରଷ୍ଟା ରହିଛନ୍ତି। ଫଳରେ ପରିବାର ଲୋକେ ହା ହତାଶରେ ଦିନ କାଟୁଛନ୍ତି।ଯଦି କୌଣସି ସହୁର୍ଦ୍ୱୟବ୍ୟକ୍ତି ଭୀମସେନଙ୍କ ଖୋଜ ଖବର ପାଆନ୍ତି ତାହେଲେ ଭୀମ ସେନଙ୍କ ଘର ନମ୍ବର୍ 8144407894ରେ ଜଣାଇବାକୁ ଅନୁରୋଧ କରିଛନ୍ତି ପରିବାର ଲୋକେ। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୪/୭/୨୦୨୩---୮,୪୫ Sakhigopal News,4/7/2023

ads

Blog Archive

Popular Posts