ads

Breaking News

ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ର ପ୍ରତିଭା ସମ୍ମାନ ଉତ୍ସବ



ଭଞ୍ଜନଗର---ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ, କେନ୍ଦ୍ର ପରିଷଦ ତରଫରୁ ପ୍ରତିଭା ସମ୍ମାନ ଉତ୍ସବ ସାଗରବନ୍ଧ, ସୋରଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର କୁଳାଧିପତି ସନ୍ତୋଷ କୁମାର ଜେନା ଅନୁଷ୍ଠିତ ଉତ୍ସବରେ ସଭାପତିତ୍ୱ କରିଥିଲେ l ମୁଖ୍ୟ ଅତିଥିଭାବେ ଆସ୍କା, ସାଂସଦ ପ୍ରମିଳା ବିଷୋୟୀ, ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ଜିଲ୍ଳା ପରିଷଦ ଅଧ୍ୟକ୍ଷl, ଅଞ୍ଜଳି ସ୍ୱାଇଁ ଓ ସୋରଡ଼ା ପୂର୍ବତନ ନଗରପାଳ ସଂଘମିତ୍ରା ସ୍ୱାଇଁ ଯୋଗ ଦେଇ ଚଳିତ ମାଟ୍ରିକ ଓ ଯୁକ୍ତଦୁଇ ରେ 80%ରୁ ଉର୍ଦ୍ଧ ମାର୍କ ରଖିଥିବ କୃତୀ ଛାତ୍ର, ଛାତ୍ରୀ ମାନଙ୍କୁ ପୁରସ୍କୃତ ସହ ସମ୍ବର୍ଦ୍ଧିତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ରପରିଷଦର ଉପସଭାପତି ବୃନ୍ଦାବନ ଖଟେଇ, ସମ୍ପାଦକ ନୀଳାଞ୍ଚଳ ପୋଲେଇ, ସଂଗଠନ ସମ୍ପାଦକ ଅନ୍ତର୍ଯ୍ୟାମୀ ସ୍ୱାଇଁ, ମୁଖ୍ୟ ସଂଗଠକ ସତ୍ୟ ନାରାୟଣ ସ୍ୱାଇଁ, କୋଷାଧକ୍ଷ ବିଭୁତି ଭୂଷଣ ଜେନା, ଉପଦେଷ୍ଟା କାଳିଚରଣ ନାୟକ, ଅନ୍ୟ ମାନଙ୍କ ମଧ୍ୟରେ ଜଗବନ୍ଧୁ ଜେନା, ପ୍ରଫୁଲ୍ଲ ମଳିକ ଓ ସରୋଜ କୁମାର ପ୍ରଧାନ ଯୋଗ ଦେଇଥିଲେ  l ଏଥିରେ ମାଟ୍ରିକ ରୁ 90 ଓ ଯୁକ୍ତ ଦୁଇ ରୁ 20 ଜଣ ପିଲାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ୱାରା ଚlରlରୋପଣ କରାଯାଇଥିଲା l କଇଣ୍ଡି ଓ ବନ୍ଥପଲ୍ଲୀ ର ଦୁଇ ପୂର୍ବତନ ସଭାପତି ଙ୍କ ସ୍ମୃତି ଇଦ୍ଦେଶ୍ୟରେ ଚଳିତ ମାଟ୍ରିକ ଓ  ଯୁକ୍ତଦୁଇ ର ଟପର ଚାରି ଜଣ ଛାତ୍ର, ଛାତ୍ରୀ ଙ୍କୁ ସ୍ୱତନ୍ତ୍ର ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ରେ ପ୍ରତ୍ୟେକ ଅଂଚଳ କର୍ମକର୍ତା, ସମାଜଭାଇ, ଅଭିଭାବକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଶେଷରେ ମୁଖ୍ୟ ସଂଗଠକ ସତ୍ୟ ନାରାୟଣ ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ବନ ବିଭାଗ ଓ ସମାଜସେବୀ ଶୂଳପାଣି ଶତପଥି ଙ୍କ ସହାୟତାରେ ଚାରା ରୋପଣ କରାଯାଇଥିଲା ।
ଭଞ୍ଜନଗର ରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୭/୨୦୨୩----୮,୪୫ Sakhigopal News,4/7/2023

ads

Blog Archive

Popular Posts