ads

Breaking News

ସାକ୍ଷୀଗୋପିନାଥ ଦେବଙ୍କ ନୂତନ ଟ୍ରଷ୍ଟି ବୋର୍ଡ ନିଯୁକ୍ତି



ସାକ୍ଷୀଗୋପାଳ----  ସାକ୍ଷୀଗୋପିନାଥ ଦେବଙ୍କ ପରିଚାଳନା କମିଟି ପାଇଁ ରାଜ୍ୟ ଦେବତ୍ତର କମିଶନର ଭୁବନେଶ୍ୱରଙ୍କ କାର୍ଯ୍ୟାଳୟର ପତ୍ର ସଂଖ୍ୟା ନଂ-୬୫୭୩ ତାରିଖ୨୭/୬/୨୦୨୩ରେ ଚାରିଜଣ ସରକାରୀ କର୍ମଚାରୀ ରହିଥିବା ବେଳେ ଜଣେ ସେବାୟତ ଏହି ନୂତନ ଟ୍ରଷ୍ଟି ବୋର୍ଡ ବା ପରିଚାଳନା କମିଟିରେ ରହିଥବା ଜଣାପଡିଛି । ସେମାନେ ହେଲେ ସତ୍ୟବାଦୀ ତହସିଲଦାର, ବିଡିଓ, ଥାନା ଅଧକାରୀଙ୍କ ସହିତ ପ୍ରାଣିଚିକିତ୍ସକ ( ପଶୁଡାକ୍ତର)ଙ୍କ ସହିତ ସେବାୟତଙ୍କ ମଧ୍ୟରୁ ପ୍ରତାପ କୁମାର ମହାପାତ୍ର ଏହି ନୂତନ ବୋର୍ଡରେ ସ୍ଥାନ ପାଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ସାକ୍ଷୀଗୋପାଳ ସେବାୟତ ମାନଙ୍କ ଶସ୍ମାନ ଭଙ୍ଗା ଯିବାପରେ ସେବାୟତ ମାନେ ଠାକୁରଙ୍କ ନୀତିକାନ୍ତ ବନ୍ଦ କରି ଧାରଣାରେ ବସିଥିଲେ ।ସ୍ଥାନୀୟ ବିଧାୟକଙ୍କ ହସ୍ତକ୍ଷେପ ପରେ ସେବାୟତ ମାନେ ଆନ୍ଦେଳନରୁ ଓହରିଯାଇଥିଲେ । ମାତ୍ର ମନ୍ଦିର କାର୍ଯ୍ୟାଳୟରେ ସେହି ଦିନଠାରୁ ଚାବି ପଡି ରହିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୭/୨୦୨୩---୮,୧୦   Sakhigopal News, 11/7/2023

ads

Blog Archive

Popular Posts