ରେଲୱେ ପରିସରରେ ପୌର ପରିଷଦର ରାସ୍ତା କାମକୁ ନେଇ ବିରୋଧ ; ଅଧାରୁ ରାସ୍ତା କାମ ବନ୍ଦ
ଜଟଣୀ ---ଜଟଣୀ ପୌରପରିଷଦ ସମୁଦାୟ ୨୩ ଗୋଟି ୱାର୍ଡକୁ ନେଇ ଗଠିତ l ସେଥିମଧ୍ୟରୁ ୬ ଗୋଟି ୱାର୍ଡ ରେଲୱେ ଅଧୀନରେ ଥିବାରୁ ସ୍ଥାନୀୟ ପୌରପରିଷଦ ପକ୍ଷରୁ କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇପାରୁନାହିଁ l ରେଲୱେ ୱାର୍ଡରେ ରେଳ ପ୍ରଶାସନ ନିଜେ ଉନ୍ନତି ମୂଳକ କାର୍ଯ୍ୟ କରନ୍ତି l ବର୍ତ୍ତମାନ ପୌରପରିଷଦ ପକ୍ଷରୁ "ମୁକ୍ତା ଯୋଜନା 'ମାଧ୍ୟମରେ ସହରର ପ୍ରତ୍ୟକ ୱାର୍ଡରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ ହେଉଅଛି l ଏହି ଉନ୍ନତି ମୂଳକ କାର୍ଯ୍ୟ ବାହାନାରେ ଅନେକ କାର୍ଯ୍ୟରେ ବାଟମାରଣା ହେବାର ନଜିର ଅଛି l ଏହାର ଜଳନ୍ତ୍ୱ ଉଦାହରଣ ପୌରପରିଷଦର ୧୯ ନଂ ୱାର୍ଡ ଟି ରେଳବାଇ ଅଧୀନରେ ବୋଲି ପୌରପ୍ରଶାସନ ଜାଣି ସୁଦ୍ଧା ବାରମ୍ବାର ସେହି ୱାର୍ଡକୁ ରେଳବାଇ ପରିସରକୁ ସଂଲଗ୍ନ ହୋଇଥିବା ବେସରକାରୀ ଜମିରେ ଘର କରି ରହୁଥିବା ୮0 ଟି ପରିବାରର ଗମନା ଗମନ ସୁବିଧା ପାଇଁ ୮0 ମିଟର ଲମ୍ଭ ର ଏକ ରାସ୍ତା ନିର୍ମାଣ ପାଇଁ ୬ ଲକ୍ଷ ଟଙ୍କା ବ୍ୟୟ ମଂଜୁର କରି ରାସ୍ତା କାମ ପାଇଁ ଠିକା ଦିଆଯାଇଛି l ପୌରପ୍ରଶାସନ ରେଲୱେ ପ୍ରଶାସନର ବିନା ଅନୁମତିରେ କାର୍ଯ୍ୟ କରିବାପାଇଁ ଠିକାଦାରକୁ ନିର୍ଦେଶ ଦେଲେ l ଠିକାଦାର ତରବରିଆ ଭାବେ ବାଲି, ଗୋଡି ପାକାଇ ପାଖାପାଖି ୪୦ ମିଟର ଲମ୍ବର ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳ ସେଠାକାର କିଛି ରେଲୱେ କର୍ମଚାରୀ ଅଭିଯୋଗ କ୍ରମେ ରେଲୱେ ପ୍ରଶାସନ ହସ୍ତକ୍ଷେପ କରି ବେନିୟମ ରାସ୍ତା ନିର୍ମାଣକୁ ବନ୍ଦ କରିଛନ୍ତି l ପୂର୍ବରୁ ମଧ୍ୟ ଏହି ରାସ୍ତା ନିର୍ମାଣକୁ 2018 ମସିହାରେ ସେତେବେଳର ୧୯ ନଂ ୱାର୍ଡ ପ୍ରତିନିଧି ଶ୍ରୀମତୀ ଅଞ୍ଜଳି ମହାନ୍ତି ବହୁ ପରିଶ୍ରମ କରି ସ୍ଥାନୀୟ ଜନସାଧାରଣ ସୁବିଧା ନିମନ୍ତେ ପୌରପରିଷଦ ପକ୍ଷରୁ 6 ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା l ଏହି ରାସ୍ତା ନିର୍ମାଣ ପାଇଁ ଯେତେବେଳେ ଗୋଡି, ବାଲି ଗଦା ହେଲା । ସେତେବେଳର କିଛି କୁଜି ଏବଂ କୁ ଚକ୍ରୀ ନେତା ଏହାର ବିରୋଧ କରି ରାସ୍ତାକାମ ବନ୍ଦ କରିଥିଲେ l ବର୍ତ୍ତମାନ ସେହି କୁଜି ନେତାଙ୍କ ସରକାର ଚାଲୁଥିବା ହେତୁ ଅର୍ଥ ଆତ୍ମସାତ ଉଦ୍ଦେଶ୍ୟରେ ପୁନର୍ବାର ସେହି ରାସ୍ତା କାମକୁ ଆଗ୍ରହ ପ୍ରକାଶ କରିଛନ୍ତି l ଆଉ ଏକ ପକ୍ଷେ ବର୍ତ୍ତମାନ ସେହି ୱାର୍ଡର କାଉନସିଲରଙ୍କ ପ୍ରତିନିଧିତ୍ୱ କରୁଥିବା ପି. ୟାରନା ଙ୍କୁ ଯୋଗାଯୋଗ କରିବାରେ ରେଳବାଇ ପରିସରରେ ପୌରାପ୍ରଶାସନ ତରଫରୁ କୌଣସି କାର୍ଯ୍ୟ ହୋଇପାରିବ ନାହିଁ ଏହା ସମସ୍ତେ ଜଣନ୍ତି l କିପରି ପୌରପ୍ରଶାସନ ଏହି କାର୍ଯ୍ୟ ପାଇଁ ମଂଜୁର ପ୍ରଦାନ କରିଛନ୍ତି ମୁଁ ଜାଣି ନାହିଁ l ନିଜ ୱାର୍ଡର କାମ ସ୍ଥାନୀୟ କାଉନସିଲର ଜାଣି ନ ଥିବା ଏହା ହାସ୍ୟାସ୍ପଦ ଘଟଣା ବୋଲି ସାଧାରଣରେ ଚର୍ଚ୍ଚା l ଅଟକି ଥିବା କାମକୁ ରାତି ଅଧିଆ ରେଳବାଇ ଅଜାଣତରେ କାମ ସାରି ଟଙ୍କା ହଡପ ମସୁଧା ଚାଲିଛି ବୋଲି ବିଶେଷ ସୂତ୍ରରୁ ପ୍ରକାଶ l
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୧/୭/୨୦୨୩---୮,୧୦ Sakhigopal News,11/7/2023




