ads

Breaking News

ଜଗନ୍ନାଥ ପ୍ରସାଦରେ ବାର ଘଣ୍ଟିଆ ବନ୍ଦ ପାଳନ




ଭଞ୍ଜନଗର-- ଘୁମୁସର ଜିଲ୍ଲା ଦାବିରେ ଜଗନ୍ନାଥ ପ୍ରାସାଦ ବ୍ଲକ ବାର ଘଣ୍ଟିଆ ବନ୍ଦ ହୋଇଛି।ମିଳିତ କ୍ରିୟା ଅନୁଷ୍ଠାନ କମିଟି ଓ ଅନ୍ୟାନ୍ୟ୪୦ ଗୋଟି ଅନୁଷ୍ଠାନ ର ସହଯୋଗ ରେ ଏହି ବନ୍ଦ ଡାକରା ଦିଆଯାଇଛି।ସହର ର ସମସ୍ତ ଦୋକାନ ବଜାର ଯାନବାହନ, ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି।ଆଜି ସକାଳୁ ଜଗନ୍ନାଥ ପ୍ରସାଦ ସହରର ତଥା ଆଖ ପାଖ ଗ୍ରାମ ଗୁଡିକ ମଧ୍ୟ ବନ୍ଦ କୁ ସମର୍ଥନ ଜଣାଇ ଦୋକାନ ବଜାର ବନ୍ଦ କରିଥିଲେ। ସମସ୍ତ ପ୍ରବେଶ ପଥକୁ ଆନ୍ଦୋଳନ କାରୀ ମାନେ ଅବରୋଧ କରିଥିଲେ । ଫଳରେ ସହ ଶହ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା।ସ୍କୁଲ କଲେଜ ପିଲା ମାନଙ୍କୁ ଓ ଜରୁରୀକାଳୀନ ସ୍ୱାସ୍ଥ୍ୟ ବ୍ୟବସ୍ଥା ଥିବା ଵ୍ୟକ୍ତି ମାନଙ୍କୁ ଛାଡ କରାଯାଇଥିଲା । ଭଞ୍ଜନଗର  ମିଳିତ କ୍ରିୟାନୁଷ୍ଠାନ କମିଟି ଓ ଜଗନ୍ନାଥ ପ୍ରସାଦ ମିକିତ କ୍ରିୟାନୁଷ୍ଠାନ କମିଟି  ଅନ୍ୟ୪୦ ଗୋଟି ଅନୁଷ୍ଠାନ ର ସହଯୋଗରେ ବନ୍ଦ ସଫଳ ହୋଇଥିଲା। ଆନ୍ଦୋଳନ ରେ  ବରିଷ୍ଠ ଆନ୍ଦୋଳନ କାରୀ ତଥା କ୍ରିୟାନୁଷ୍ଠାନ କମିଟି ସଭାପତି ସୋମନାଥ ନାୟକ ,ପ୍ରକାଶ ସାହୁ ,ହରେ କୃଷ୍ଣ ସାହୁ,ପ୍ରଶାନ୍ତ ବିଷୋୟୀ ତଥା ବୁଗୁଡ଼ା,ସୋରଡା,ବାଲିପଦର ଅଞ୍ଚଳର  ବହୁ ଜଣସାଧାରଣ ଆନ୍ଦୋଳନରେ ଯୋଗଦେଇଥିଲେ । ଲୋକମାନେ ସ୍ୱତଃ  ଭାବେ ବନ୍ଦ କୁ ସମର୍ଥନ କରିଥିଲେ।ଘୁମୁସର ଜିଲ୍ଲା ଲୋକଙ୍କ ଦାବି ନୁହଁ ହକ ବୋଲି ପ୍ରକାଶ କରିଛନ୍ତି। ଅଗାମିଦିନରେ ଘୁମୁସର ଜିଲ୍ଲାର ଘୋଷଣା ନ ହୁଏ ତାହେଲେ ପ୍ରତ୍ୟେକ ବ୍ଲକ ପଞ୍ଚୟତ ଘେରାଉ କରାଯିବ ବୋଲି ପ୍ରକାଶ କରିଛନ୍ତି।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୧/୭/୨୦୨୩----୫,୩୦ Sakhigopal News,11/7/2023

ads

Blog Archive

Popular Posts