ads

Breaking News

ଚନ୍ଦ୍ରଶେଖର ଆଞ୍ଚଳିକ ବାଳିକା ଉଚ୍ଚ ବିଦ୍ୟାଳୟ, ବି. ଡି. ପୁର ଠାରେ ୭୪ତମ ବନମହୋତ୍ସବ ପାଳିତ

 
ଭଞ୍ଜନଗର----- ଚନ୍ଦ୍ରଶେଖର ଆଞ୍ଚଳିକ ବାଳିକା ଉଚ୍ଚ ବିଦ୍ୟାଳୟ ବି. ଡି. ପୁର ଠାରେ ୭୪ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ଗୌଡ଼ଙ୍କ ପୌରହିତରେ ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ବେଲଗୁଣ୍ଠା ବନାଞ୍ଚଳ ଅଧିକାରୀ (ଫରେଷ୍ଟର )ଶ୍ରୀ ଶରତ କୁମାର ମହାନ୍ତି, ପ୍ରିୟଙ୍କା ପାଳ, ସିମାଞ୍ଚଳ ମିଶ୍ର, ସନ୍ତୋଷ କୁମାର ଶତପଥୀ  ତଥା ବି. ଡି ପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରଶ୍କିତା ସାହୁ, କନ୍ଧମାଳ ସାଂସଦ ପ୍ରତିନିଧି ତଥା ବିଦ୍ୟାଳୟ ପରିଚାଳନା ସଭାପତି ଶ୍ରୀ ବିପ୍ର ଚରଣ ବାରିକ, ସମିତି ସଭ୍ୟା ଗୀତାରାଣୀ ବାରିକ, ସରପଞ୍ଚ ପ୍ରତିନିଧି ଶ୍ରୀ ଶିଶିର କାନ୍ତ ସ୍ୱାଇଁ ଏବଂ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ତଥା ଇକୋ କ୍ଳବ ତତ୍ୱାଧିକାରୀ ଶ୍ରୀ ସୁଶାନ୍ତ କୁମାର ସାହୁ, ଗଣିତ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ପ୍ରଧାନ,ସଂସ୍କୃତ ଶିକ୍ଷୟତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ମିଶ୍ର, ହିନ୍ଦୀ ଶିକ୍ଷୟତ୍ରୀ ଶ୍ରୀମତୀ ନମିତା କୁମାରୀ ପାଳ, ଖେଳ ଶିକ୍ଷୟତ୍ରୀ ପ୍ରତିମା କୁମାରୀ ରଥ, ଚପରାଶି ମମତା କୁମାରୀ ମିଶ୍ର, ସମେତ ସମସ୍ତ ଅଧୟନରତ ଛାତ୍ରୀ ଯୋଗ ଦେଇ ବୃକ୍ଷ ରୋପଣ ର ଆବଶ୍ୟକତା ଏବଂ ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ସମସ୍ତ ଅତିଥି ସମେତ ଛାତ୍ରୀ ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା l ପରିଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ଗୌଡ଼ ସମସ୍ତ ଅତିଥି ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୭/୨୦୨୩----୯,୨୦ Sakhigopal News,8/7/2023

ads

Blog Archive

Popular Posts