ଡିଏଭି ପିଟି ଏସ ଆର ର ୧୦ ତମ ସ୍ଥାପନ ଦିବସ ଅବସରରେ ବନମହୋତ୍ସବ ପାଳିତ
ଭଞ୍ଜନଗର-- ଡି଼ଏଭି ପିଟି ଏସ୍ ଆର ପବ୍ଲିକ ସ୍କୁଲ ଭଞ୍ଜନଗର ପରିସରରେ ୧୦ତମ ବିଦ୍ଯାଳୟ ସ୍ଥାପନ ଦିବସ ତଥା ବନୋମହୋତ୍ସବ ସପ୍ତାହ ପାଳନ କରାଯାଇଥିଲା । ଏହାର ଉଦଯାପିତ ଦିବସରେ ବିଦ୍ଯାଳୟକୁ ମୁଖ୍ଯ ଅତିଥିରୂେପ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ସ୍ବୟଂଚାଳିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ତ୍ରୀପାଠୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ଓ ସମସ୍ତ ନିମନ୍ତ୍ରିତ ଅତିଥି ଦୀପ ପ୍ରଜ୍ବଳନ କରି ମହାନଯୋଗୀ ତଥା ସମାଜସଂସ୍କାରକ ଦୟାନନ୍ଦ ସରସ୍ଵତୀ, ଶ୍ରୀ ହଂସରାଜ ଓ ପଣ୍ଡିତ ଶ୍ରୀଧର ରଥ ଙ୍କ ମହାନବ୍ୟକ୍ତିତ୍ବଙ୍କୁ ସୁମରଣା କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏହି ଦିବସର ଭୂମିକା ସମ୍ପର୍କରେ ମତ ପ୍ରଦାନ କରିଥିଲେ ।ବିଦ୍ଯାଳୟ ସଂସଦ ର ସଭ୍ଯସଭ୍ଯା ତଥା ଛାତ୍ରଛାତ୍ରୀଙ୍କ ଦ୍ବାରା ସାସ୍କୃତିକ କାର୍ଯ୍ୟକ୍ରମର ପରିଚାଳନା କରାଯାଇଥିଲା ।ଶିକ୍ଷକ ଶ୍ରୀ ଗୋପାଳ କୃଷ୍ଣ ଗୌଡ଼ ଓ ଛାତ୍ରଛାତ୍ରୀ ଏହି ଦିନର ଆବଶ୍ଯକତା ସମ୍ପର୍କରେ ଉଦ୍ ବୋଧନ ପ୍ରଦାନ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ସ୍ନିଗ୍ଧା ରାଣୀ ଧନ୍ଯବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ସକାଳର ବୈଦିକ ହବନ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।ଶିକ୍ଷକ ଶ୍ରୀ ଚିତ୍ତରଂଜନ ଆଚାର୍ଯ୍ୟ ହବନର ପରିଚାଳନା କରିଥିଲେ ।ଶିକ୍ଷକ ମନୋରଞ୍ଜନ ଦାଶ,ଶିକ୍ଷକ ମନୋରଞ୍ଜନ ମିଶ୍ର ତଥା ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କର ଉପସ୍ଥିତିରେ ବୃକ୍ଷ ରୋପଣ କରାଯାଇ ସମାଜରେ ବୃକ୍ଷରୋପଣ ର ଆବଶ୍ଯକତାକୁ ନେଇ ଜନସଚେତନତା କରାଯାଇଥିଲା । ଓ ସେବା ମହାନତାକୁ ଛାତ୍ରଛାତ୍ରୀଙ୍କୁ ଉପଲବ୍ଧି କରାଇ ସୁନାଗରିକ ରୂପେ ମାର୍ଗ ଦର୍ଶନ ସକାେଶେ ନିକଟସ୍ଥ କୁଷ୍ଠାଶ୍ରମ ଭ୍ରମଣ ଭଳି ନାନାବିଧ କାର୍ଯ୍ୟକ୍ରମ କରାଯାଇଥିଲା। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୭/୨୦୨୩----୯,୪୫ Sakhigopal News,8/7/2023



