ପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ବନୋମହୋତ୍ସବ ପାଳିତ
ଶ୍ରୀ ପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ବନୋମହୋତ୍ସବ ସପ୍ତାହ ଓ ବୃକ୍ଷ ରୋପଣ କାର୍ଯକ୍ରମ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଜଳନ୍ଧର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କମିଟି ସଭାପତି ଅକ୍ରୁର ବରାଳ ଓ ମୋ ସ୍କୁଲ ସଭାପତି ଅସିତ୍ ମିଶ୍ର ଅତିଥି ରୂପେ ଯୋଗଦେଇଥିଲେ । ବୃକ୍ଷରୋପଣର ଉପକାରିତା ବର୍ଣ୍ଣନା କରି 'ପୃଥିବୀ ପାଇଁ ଗଛଟିଏ' ସ୍ଲୋଗାନ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପଚାଶରୁ ଉର୍ଦ୍ଧ ବିଭିନ୍ନ ଚାରା ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ଵାରା ରୋପଣ କରି ବିଦ୍ୟାଳୟ ପରିବେଶ କୁ ସବୁଜ କରିବା ପାଇଁ ସଂକଳ୍ପ ନେଇଥିଲେ। ବରିଷ୍ଠ ଶିକ୍ଷକ ରତ୍ନାକର ଚମ୍ପତି ଗଛ ଲଗାଇବା ସହିତ ପରିବେଶ ପରିଷ୍କାର ବିଷୟରେ ମତ ପ୍ରକାଶ କରିଥିଲେ।ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବୃକ୍ଷ ରୋପଣ ପାଇଁ ପ୍ରୋସ୍ରାହନ ଦେଇ ସଭା କାର୍ଯ୍ୟ ସମାପନ କରିଥିଲେ ।ବିଦ୍ୟାଳୟ ସହକର୍ମୀ ଶିବପ୍ରସାଦ ଶତପଥୀ ,ରବି ବିଶ୍ଵାଳ,ଲଳିତ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୮/୭/୨୦୨୩----୯,୧୦ Sakhigopal News,8/7/2023



