ads

Breaking News

କଡା ଟକର ଦେଉଛନ୍ତି ତୁଷାର; ଜନସମ୍ପର୍କ ପଦଯାତ୍ରା ରେ ମିଳୁଛି ବିପୁଳ ସମର୍ଥନ

  



ବାଙ୍କୀ,କଟକ -ହାତରେ ଭାଜପା ର ପତାକା ଧରି  ମାନନୀୟ ପ୍ରଧାନ ମନ୍ତ୍ରୀଙ୍କ ର ହର ହର ମୋଦି ଘର ଘର ମୋଦି ନାରା ଦେଇ  ଆଗେଇ  ଚାଲିଛନ୍ତି ବିଜେପିର ନେତା ବହୁସଂଖ୍ୟା ରେ ପୁରୁଷ ଓ ମହିଳା କର୍ମା ।  ଦେଖିବାକୁ ମିଳୁଛି ବିଜେପି ପ୍ରେମୀ ତଥା ତୁଷାର ଙ୍କ ସମର୍ଥକ ଙ୍କ ବିଶାଳ ଶୋଭାଯାତ୍ରାରେ |  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନର ୯ମ ବର୍ଷ ପୂର୍ତ୍ତି ଅବସରରେ ଏକ ଜନସଂପର୍କ ପଦଯାତ୍ରା ।  ଯାହାକି  ବାଙ୍କୀ ବିଜେପି ପକ୍ଷରୁ ଡମପଡ଼ା ବ୍ଲକ କେନ୍ଦ୍ର ଜୋନ୍ ରଗଡି ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଭ୍ୟ ଓ ଜିଲ୍ଲାପରିଷଦ ସଦସ୍ୟ ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ଆହ୍ୱାନରେ ଶତାଧିକ ବିଜେପି ମହିଳା , ପୁରୁଷ କର୍ମୀମାନେ ପଦଯାତ୍ରାରେ ସାମିଲ୍ ହୋଇଥିବାର ଦେଖାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ବିଜେପି ଶାସନକାଳରେ ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ସେବା ଓ ସୁଶାସନ, ଗରିବ କଲ୍ୟାଣ ଯୋଜନାକୁ ପ୍ରତ୍ୟେକ ଲୋକଙ୍କ ଘରେ ଘରେ ପହଞ୍ଚାଇ ଜନସାଧାରଣଙ୍କୁ ଶ୍ରୀଚକ୍ରବର୍ତ୍ତୀ ଅବଗତ କରାଉଛନ୍ତି । ରଗଡି ପଞ୍ଚାୟତର ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ସେଠାରେ ବିଜେପି ନେତା ଶ୍ରୀଚକ୍ରବର୍ତ୍ତୀଙ୍କୁ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଅଭିନନ୍ଦନ ଜଣାଇଥିଲେ । ରଗଡି ଗ୍ରାମରୁ ଏହି ପଦଯାତ୍ରା ଆରମ୍ଭ ହୋଇ ପଞ୍ଚାୟତର ସମସ୍ତ ଘରକୁ ଘର ବୁଲି ଜନସାଧାରଣଙ୍କୁ ଶ୍ରୀଚକ୍ରବର୍ତ୍ତୀ ଓ ଅନ୍ୟ ବରିଷ୍ଠ କର୍ମକର୍ତ୍ତାମାନେ ଲୋକମାନଙ୍କୁ ଭେଟିଥିଲେ । ପଦଯାତ୍ରା ସମୟରେ ଗ୍ରାମମାନଙ୍କରେ ପଥପ୍ରାନ୍ତ ସଭା ମାଧ୍ୟମରେ ବିଜେପି ସରକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ଜନହିତକର ଯୋଜନା ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । 
ବିଗତ ୯ବର୍ଷରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ, କର୍ତ୍ତବ୍ୟ ନିଷ୍ଠା, ଦେଶର ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ସେବା, ସୁଶାସନ, ଗିରବ କଲ୍ୟାଣ ଯୋଜନା କିପରି ପ୍ରଭାବିତ ହୋଇଛି ସେ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା । ଏହି ପଦଯାତ୍ରା କାର୍ଯ୍ୟକ୍ରମରେ ବିଜେପି ନେତା ଜୟନ୍ତ ବେଉରା, ଡମପଡ଼ା ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ସରୋଜ ମତଗଜ ସିଂହ, ଆଇନଜୀବୀ ଦେବାଶିଷ ମାନସିଂ, ଜଗନ୍ନାଥ ପରିଡ଼ା, ପଞ୍ଚାୟତର ନେତୃତ୍ୱ ନେଇଥିବା ଶ୍ରୀନିବାସ ମହାପାତ୍ର,ଗଗନ ବିହାରୀ ପଟ୍ଟନାୟକ, ରଞ୍ଜନ ବେହେରା, ସରୋଜ ମହାନ୍ତି, ବଳରାମ ବେହେରା ଏବଂ ମହିଳା ନେତ୍ରୀ ସ୍ବାଧିନବାଳା ସେନାପତି, କବିତା ମଞରୀ ସାହୁଙ୍କ ସମେତ ବହୁ ବିଜେପି ଯୁବନେତା ପ୍ରମୁଖ୨୩।  ଯୋଗଦେଇଥିଲେ   ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ,୯/୭/୨୦ --୧୨,୪୫ Sakhigopal News,9/7/2023

ads

Blog Archive

Popular Posts