ବାଙ୍କିରେ ବୁଲୁଛନ୍ତି ନକଲି ସାମ୍ବାଦିକ ଓ ସୋସିଆଲ ମିଡ଼ିଆ ର ଖଣ୍ଟ
ବାଙ୍କୀ /କଟକ---- ବାଙ୍କୀରେ ମାତିଛନ୍ତି ନକଲି ସାମ୍ବାଦିକ, ଲୁଟେରା, ଆଉ ଚଳାଇଛନ୍ତି ଆତଙ୍କ | ଆଉ ଆତଙ୍କ ଖେଳାଉଛନ୍ତି କିଛି ଏହିଭଳି ଅସାମାଜିକ ଯୁବକ, ଟିକେ ଚିନ୍ହି ରଖନ୍ତୁ ଏହି ଟାଉଟର ମାନଙ୍କୁ । ଯାହାକି ନିଜକୁ କନକ ଟିଭି ର କ୍ୟାମେରା ମ୍ୟାନ ର ପରିଚୟ ଦେଉଛନ୍ତି । ଅନୁସନ୍ଧାନ ସମୟରେ ପ୍ରକୃତରେ ଇଏ କୌଣସି ବି ଗଣ ମାଧ୍ୟମ ସଂସ୍ଥା ରେ ନାହାନ୍ତି । ଏମାନଙ୍କ କୌଣସି ଖାତା ଖତିଆନ ନାହିଁ | ଏମାନଙ୍କୁ ଅନଲାଇନ ଲୁଟେରା ବୋଲି କହିପାରନ୍ତି | ଆଉ ଏଇ ଲୁଟେରା ଜଣକ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ମାନଙ୍କ ରୁ ମିଡ଼ିଆ ଭୟ ଦେଖାଇ ବଟି ଆଦାୟ କରିବା କୁ ପ୍ରୟାସ କରେ | ଓ ବଟି ନଦେଲେ ମିଛ ସତ ଲେଖି ବିଭିନ୍ନ ସୋସିଆଲ ମିଡ଼ିଆ ରେ ବଦନାମ କରିବାକୁ କହନ୍ତି | ଖାଲି ଏତିକି ନୁହେଁ ଯଦି ତା କାମରେ କିଏ ବାଧା ଦିଏ ତେବେ ସେ ସତ୍ୟଖବର ଓ ବାଙ୍କୀ କିଳା ଭଳି କେତେଗୁଡିଏ ଫେକ ଆଇଡି ମଧ୍ୟ ତିଆରି କରି ସେଥିରେ ବିଭିନ୍ନ ସମୟରେ ଲୋକଙ୍କୁ ବ୍ଲାକ ମେଲ କରିବା ସହିତ ଅସଭ୍ୟ ଭାଷାରେ ସୋସିଆଲ ମିଡ଼ିଆ ରେ ଗାଳି ଗୁଲଜ ମଧ୍ୟ କରିବା କୁ ପଛାଏ ନାହିଁ | ଅପର ପଟେ ସେ ଗୋଟିଏ ପ୍ରତିଷ୍ଠିତ ଗଣମାଧ୍ୟମ କନକ ଟିଭି ନା କୁ ମଧ୍ୟ ମିଛ ରେ ବ୍ୟବହାର କରି ବଦନାମ କରିଚାଲିଛି ବାଙ୍କୀ ରେ | ତେଣୁ ଦର୍ଶକ ବନ୍ଧୁ ଏ ଅସାମାଜିକ ବ୍ୟକ୍ତି ଙ୍କୁ ଟିକେ ଭଲ କରି ଚିନ୍ହି ରଖନ୍ତୁ ଆଉ ତା ଠାରୁ ସାବଧାନ ମଧ୍ୟ ରୁହନ୍ତୁ । କାରଣ ଏଭଳି ଅଭଦ୍ର ଓ ଅସାମାଜିକ ବ୍ୟକ୍ତି କେତେବେଳେ ବି ଆପଣଙ୍କୁ ପକାଇ ପାରେ ସମସ୍ୟାରେ । ଅଯଥା ରେ ଆପଣଙ୍କୁ ତାର ବିଭିନ୍ନ ଫେକ ଆଇଡି ମାଧ୍ୟମ ରେ ବଦନାମ ମଧ୍ୟ କରିପାରେ, ଏବଂ ଏ ବିଷୟରେ ତା ନାଁରେ ବିଭିନ୍ନ ଥାନା ରେ ଅଭିଯୋଗ ମଧ୍ୟ ରହିଥିବା ଜଣାପଡିଛି | କଟକରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ,୯/୭/୨୦୨୩----୧୧,୧୦ Sakhigopal News,9/7/2023



