ads

Breaking News

ଡମପଡା ମଣ୍ଡଳ ତରଫରୁ ଜନସମ୍ପର୍କ ପଦଯାତ୍ରାରେ ବିଜେପି ନେତା ଶ୍ରୀ ଚକ୍ରବର୍ତ୍ତୀ ଙ୍କୁ ବିପୁଳ ଜନ ସମର୍ଥନ ମିଳୁଛି




 ବାଙ୍କୀ/କଟକ---- ଆଜି ଡମପଡା ମଣ୍ଡଳ ଭାଜପା ତରଫରୁ ମାନନୀୟ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ନବମ ବର୍ଷ ପୂର୍ତ୍ତି ଅବସର ରେ ଡମପଡା ମଣ୍ଡଳ 38 ନଂ ଜୋନ ଭାଜପା ଜିଲ୍ଲା ପରିଷଦ ପ୍ରାର୍ଥୀ ଶ୍ରୀ ଅନନ୍ତ ନାରାୟଣ ମିଶ୍ର ଙ୍କ ନେତୃତ୍ୱ ରେ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଡମପଡା ଗ୍ରାମ ପଞ୍ଚାୟତ ବ୍ରାହ୍ମଣିଆ ଗ୍ରାମ ର ମା ମଙ୍ଗଳା ଙ୍କ ପୀଠ ରୁ ଆରମ୍ଭ ହୋଇଛି | ଏହି ପଦ ଯାତ୍ରା ରେ ବାଙ୍କୀ ବାରଙ୍ଗ ଭାଜପା ଯୁବନେତା ଜିଲ୍ଲା ପରିଷଦ ସଦସ୍ୟ ତଥା ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ତୁଷାର କାନ୍ତ ଚକ୍ରବର୍ତ୍ତୀ ଙ୍କ ଆହ୍ୱାନ କ୍ରମେ ଶତାଧିକ ଭାଜପା କର୍ମୀ ପୁରୁଷ, ମହିଳା ଓ ଯୁବକ ସାମିଲ ହୋଇଥିଲେ |
ଭାଜପା ଶାସନ କାଳରେ ଜନସାଧାରଣ ଙ୍କ ନିମନ୍ତେ ସେବା, ସୁଶାସନ ଓ ଗରିବ କଲ୍ୟାଣ ଯୋଜନା ଗୁଡିକ ବିଷୟରେ ସଚେତନତା କୁ ପ୍ରତେକ ଲୋକଙ୍କ ଘରେ ଘରେ ପହଞ୍ଚାଇଥିଲେ । ବିଗତ ୨୩ ବର୍ଷ ବିଜୁ ଜନତା ଦଳ ସରକାର ଙ୍କ ବିଫଳତା କୁ ଲୋକ ଲୋଚନ କୁ ଆଣି ବା ସହିତ ଯଶସ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ବିଗତ ନ ବର୍ଷ ର ସୁ ଶାସନ, ଗରିବ କଲ୍ୟାଣ ଯୋଜନା ବିଷୟରେ ବୁଝାଇଥିଲେ |  ପଦ ଯାତ୍ରାଟି ଡମପଡା, ବାଘୁଆ, ଇତ୍ୟାଦି ଗ୍ରାମ ପରିକ୍ରମା କରି ମା ଖଣ୍ଡୁଆଳ ଙ୍କ ପାଖରେ ସମାପ୍ତ ହୋଇଥିଲା | ପଦଯାତ୍ରା ସମୟରେ ପଥପ୍ରାନ୍ତ ସଭା ମାଧ୍ୟମ ରେ ମୋଦି ସରକାର ଙ୍କ ବିଭିନ୍ନ ଜନହିତକର ଆବାସ ଯୋଜନା ସମ୍ପର୍କରେ  ଆଲୋଚନା କରାଯାଇଥିଲା  ।  ଏହି ପଦଯାତ୍ରା ରେ ବରିଷ୍ଠ ବିଜେପି ନେତା ଉପେନ୍ଦ୍ର ବାରିକ, ଅରୁଣ କୁମାର ମିଶ୍ର, ପ୍ରବୋଧ କୁମାର ରାଉତରାୟ, ଜୟକୃଷ୍ଣ ମହାନ୍ତି, ଶିବ ମୋହନ ଜେନା , ସୂର୍ଯ୍ୟକାନ୍ତ ଜେନା, ସୁଜିତ କୁମାର ସାମଲ ଏତଦ ବ୍ୟତୀତ ଜୟନ୍ତ କୁମାର ବେଉରା, ଜଗନ୍ନାଥ ପରିଡା, ଦେବାଶିଷ ମାନସିଂ, ଚନ୍ଦନ ସାହୁ ପ୍ରଭୃତି ପଦ ଯାତ୍ରା ରେ ଯୋଗ ଦେଇଥିଲେ |
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ,୯/୭/୨୦୨୩----୧୧,୫୫ Sakhigopal News,9/7/2023

ads

Blog Archive

Popular Posts