ads

Breaking News

ରାଜ୍ୟ ଜାଗା ମିଶନ ଉପଦେଷ୍ଟା ବାଲିଗୁଡା ଗସ୍ତ ଓ ବସ୍ତି ଅଞ୍ଚଳ ବୁଲି ସମୀକ୍ଷା କଲେ

       
 
କନ୍ଧମାଳ ---  ଦିନିକିଆ ଗସ୍ତ ରେ ଆସି ଜାଗା ମିଶନ ଉପଦେଷ୍ଟା ବାଲିଗୁଡା ଏନଏସି ର ବିଭିନ୍ନ ୱାର୍ଡ ବୁଲି ସମୀକ୍ଷା କରିଛନ୍ତି | ବାଲିଗୁଡା ରେ ପହଁଚିବା ପରେ ଜାଗା ମିଶନ ଉପଦେଷ୍ଟା ହରିଶଙ୍କର ରାଉତ ଙ୍କୁ ବିଜେଡି ପକ୍ଷରୁ ସ୍ଥାନୀୟ କାର୍ଯ୍ୟଳୟ ରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି | ପରେ ବାଲିଗୁଡା ଏନଏସି ର ଖଜୁରୀନାଲ, ଡହଳପଡି, ଓ ଗୁଳିମରାପଦା  ଯାଇ ଜାଗା ମିଶନ ଜରିଆରେ ଘର ପାଇଥିବା ବସ୍ତିବାସିନ୍ଦା ମାନଙ୍କ ସହିତ ଆଲୋଚନା କରିଥିଲେ | ବାଲିଗୁଡା ଏନଏସି ରେ ଜାଗା ମିଶନ  ଅନ୍ତର୍ଗତ କିଛି ୱାର୍ଡ ରେ ସର୍ଭେ ହୋଇ ଥିଲେ ମଧ୍ୟ ବସ୍ତି ବାସିନ୍ଦା ମାନଙ୍କୁ ପ୍ରମାଣ ପତ୍ର ମିଳିନ ଥିବା ଲୋକମାନେ ଅଭିଯୋଗ କରିଥିଲେ । ଯାହାକୁ ଆଉ ଥରେ ବାଲିଗୁଡା ଏନଏସି ରେ ଡ୍ରେlନ ଦ୍ୱାରା ସର୍ଭେ ପାଇଁ ବସ୍ତି ବସ୍ତିବାସିନ୍ଦା ଜଣାଇଛନ୍ତି  | ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଜାଗା ମିଶନ ଜରିଆରେ ବସ୍ତିବାସିନ୍ଦା ଙ୍କୁ ଜାଗା ଦେଇ ଥିବାରୁ ଧନ୍ୟବାଦ ଜଣାଇ ଥିଲେ ବସ୍ତି ବାସିନ୍ଦା |ଜାଗା ମିଶନ ଉପଦେଷ୍ଟା ହରିଶଙ୍କର ରାଉତ ବସ୍ତିବାସିନ୍ଦା ମାନଙ୍କ ସହିତ ଆଲୋଚନା କରି ଏସମ୍ପର୍କ ରେ ପଦକ୍ଷେପ ନେବାକୁ କହିଛନ୍ତି |  ବାଲିଗୁଡା ଏନଏସି ରେ ଥିବା ବସ୍ତିବାସିନ୍ଦା ମୁହଁ ରେ ହସ ଫୁଟି  ପାରିଥିବା କହିଛନ୍ତି ବାଲିଗୁଡା ବାସୀ |ଏହି ଦିନିକିଆ ଗସ୍ତ ସମୟ ରେ ଏନଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ବାଲିଗୁଡା ନଗର ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକ, ପୂର୍ବତନ ଏନଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, କାଉନସିଲର ଶଶୀ କୁମାର ଦିଗାଳ, ମିନତୀ ନାୟକ, ଗୀତା ମଳିକ, ବିଜେଡି କାର୍ଯ୍ୟକର୍ତ୍ତା ଏମଡି ସାବେଜ଼, ସେକ ସୋନୁ ସମେତ ଦଳୀୟ କର୍ମୀ ମାନେ ଉପସ୍ଥିତ ଥିଲେ | କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୯/୭/୨୦୨୩---୯,୨୫ Sakhigopal News,9/7/2023

ads

Blog Archive

Popular Posts