ads

Breaking News

ମହିଳା ବିକାଶ ସଂଗଠନର କାର୍ଯ୍ୟକାରିଣୀ ବୈଠକ


 
ପୁରୀ ---- ମାଳତୀପାଟ ପୁର ଠାରେ ଥିବା ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ଉପବଜାର ପ୍ରାଙ୍ଗଣରେ ମହିଳା ବିକାଶ ସଂଗଠନର  ପୁରୀର ଏକ କାର୍ଯ୍ୟକାରିଣୀ ବୈଠକ ସଂଗଠନର ସଭାନେତ୍ରୀ ଶ୍ରୀମତୀ ମଧୁସ୍ମିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା I ସଂଗଠନର ସାଂଗଠନିକ ସମ୍ପାଦିକା ମଧୁସ୍ମିତା ସେନାପତି ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ସଂଗଠନର ମିଲେଟର ଉପକାରିତା ଓ କାର୍ଯ୍ୟ କାରିତା ଉପରେ ସମସ୍ତ ସଭ୍ୟାଙ୍କୁ ଅବଗତ କରାଇଥିଲେ I ଗତ ମେ 30ତାରିଖରୁ ଜୁନ 4ତାରିଖ ପର୍ଯ୍ୟନ୍ତ ପୁରୀର ଶରଧା ବାଲି ଠାରେ ଭାରତୀୟ କୃଷି ବିଜ୍ଞାନ ସଂସ୍ଥାନର କେନ୍ଦ୍ରୀୟ ମହିଳା କୃଷି ଗବେଷଣା ସଂସ୍ଥାନ ଶାଖା ଓ ମହିଳା ବିକାଶ ସଂଗଠନର ସହ ଭାଗିତାରେ ମିଲେଟର ବିଭିନ୍ନ ଦ୍ରବ୍ୟ ଉପରେ ଏକ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା ଓ ଏହା ଜ଼ିଲ୍ଲା ପ୍ରଶାସନ ଦ୍ଵାରା ପ୍ରଶଂସିତ କରାଯାଇଥିଲା ବୋଲି କୁମାରୀ ସେନାପତି ପ୍ରକାଶ କରିଥିଲେ I ଆଗାମୀ ଦିନରେ ଓଡ଼ିଆର କୋଣ ଅନୁକୋଣରେ ଥିବା ମହିଳା ଚାଷୀ ମାନଙ୍କୁ ଏକତ୍ରିତ କରି ବ୍ଲକ, ପଂଚାୟତ ଓ ୱାର୍ଡ ସ୍ତରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଯୋଜନାକୁ ସଠିକ ଭାବେ କାର୍ଯ୍ୟ କରି ପାରିଲେ ଯୋଜନାଗୁଡିକର ସଫଳ ରୂପାୟନ ହେବା ସହିତ ଦୃନୀତି ଓ ବାଟମାରଣାକୁ ଅନେକାଂଶରେ ରୋକାଯାଇ ପାରିବ ବୋଲି ବୈଠକର ମୁଖ୍ୟ ଅତିଥି ତଥା ନୀଳାଚଳ କୃଷକ ମହାସଂଘର ସଭାପତି ତଥା  ଆଇନଜୀବୀ ଗୋପୀନାଥ ମିଶ୍ର ମତ ପ୍ରକାଶ କରିଥିଲେ I ସଂଗଠନକୁ ସୃଧୁଢ କଲେ ନାରୀ ଶଶସ୍ତ୍ରିକରଣର ମୁଖ୍ୟ ଉଦେଶ୍ୟ ସଫଳ ହେବ ବୋଲି ସମ୍ମIନିତ ଅତିଥି ତଥା ନୀଳାଚଳ କୃଷକ ମହାସଂଘ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ନିରଞ୍ଜନ ମହାପାତ୍ର ଓ ଅନ୍ୟତମ ସମ୍ମIନିତ ଅତିଥି ତଥା ଉପସଭାପତି ପ୍ରକାଶ କୁମାର ନାୟକ ଅଭିଭାଷଣ ପ୍ରଦାନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମହିଳା ସଂଗଠନର ବରିଷ୍ଠ ସଭ୍ୟା ଜୟନ୍ତୀ ମିଶ୍ର, କୋଷାଧକ୍ଷI ଶ୍ରୀମତୀ ଚିନାମାଣି ମାଣିଆ, ପୂର୍ବତନ ସମ୍ପାଦିକା ସୁପ୍ରିୟା ପାହାଡ଼ସିଂହଙ୍କ ସଂଗଠନର ସାଧାରଣ ପରିଷଦ ସମସ୍ତ ସଭ୍ୟା ଯୋଗ ଦେଇଥିଲା ବେଳେ ସମ୍ପାଦିକା ଶ୍ରୀମତୀ ରାଜଲଷ୍ମୀ ଛୋଟରାୟ ଧନ୍ୟବାଦ ଅର୍ପଣ କରିଥିଲେ I ସର୍ବଶେଷରେ ଉପସ୍ଥିତ ଥିବା ସମସ୍ତ ସଭ୍ୟାମାନଙ୍କୁ ସଂଗଠନ ତରଫରୁ ଲେମ୍ବୁ ଚାରା ଓ କୃଷି ଉପକରଣ ବଣ୍ଟନ କରାଯାଇଥିଲା I
ଧୀରେନ୍ଦ୍ର ସେନାପତି,୯/୭/୨୦୨୩----୬,୨୦ Sakhigopal News,9/7/2023

ads

Blog Archive

Popular Posts