ads

Breaking News

ବିବେକାନନ୍ଦ ଗଡତିଆଙ୍କ ସ୍ମୃତି ଅବସର ରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର



ବରଗଡ଼:-----ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏସି ଅନ୍ତର୍ଗତ ୱାର୍ଡ ନଂ-୯ ଲାଦେର ପାଲି  ସ୍ଥିତ ଆଇଓ ସିଏଲ୍ କଲ୍ୟାଣ ମଣ୍ଡପ ଠାରେ ଗ୍ରାମର ସ୍ବର୍ଗତ ବିବେକାନନ୍ଦ ଗଡତିଆଙ୍କ ସ୍ମୃତି ଅବସରରେ ଲାଦେର ପାଲି ଯୁବ ସମାଜ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିର ରେ ଗ୍ରାମର ଯୁବ ତଥା ପୁରୁଷ ମାନଙ୍କ ସହ ୪ଜଣ ମହିଳା ନନ୍ଦିନୀ ଗଡତିଆ,ବବଲି ଗଡତିଆ,ରିତିକା ଗଡତିଆ,ମୀନାକ୍ଷୀ ଗଡତିଆ ପ୍ରମୁଖ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିବା ସହ ସ୍ବର୍ଗତ ଗଡତିଆ ସ୍ମୃତି ଚାରଣ କରିଥଲେ। ବୁର୍ଲା ରକ୍ତ ଭଣ୍ଡାରର ଡ.ଦେବଲୀନା ପ୍ରଧାନ, ଲାଲୁ ବିଶ୍ୱାସ,ପଦ୍ମିନୀ ଶତପଥି,ଗଣେଶ ପ୍ରଧାନ,ପ୍ରମୋଦ କରଙ୍କ ଦ୍ଵାରା ୩୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ପରିଶେଷରେ ଯୁବ ସମାଜ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତ ଦାତା ମାନଙ୍କୁ ଅଶେଷ ଧନ୍ୟବାଦ୍ ଜ୍ଞାପନ କରାଯାଇଥିଲା। ବରଗଡ଼ ରୁ ନବୀନ ଦାଶଙ୍କ ରିପୋର୍ଟ, ୧୦/୭/୨୦୨୩----୯,୧୦ Sakhigopal News,10/7/2023

ads

Blog Archive

Popular Posts