କୃଷି କ୍ରାନ୍ତି ଅଭିଯାନ ଆରମ୍ଭ
କନ୍ଧମାଳ ଜିଲ୍ଲା ରାଇକିଆ ଏବଂ ଘୁ. ଉଦୟଗିରି ବ୍ଲକ ମାଣିକେଶ୍ବରୀ ଗ୍ରାମ ପଂଚାୟତ ସିଶପଙ୍ଗା ଗ୍ରାମରେ ଆଜି ବ୍ଲକ ସ୍ତରୀୟ ଲୋକସଂଗଠନ ମହିଳା ଜୀବିକା ସୁରକ୍ଷା ମଞ୍ଚ ରାଇକିଆ ଏବଂ ଘୁ. ଉଦୟଗିରି ବ୍ଲକ ସଞ୍ଜଜିକା ସସ୍ମିତା ମଲ୍ଲିକ ଙ୍କ ତତ୍ତ୍ୱବଧନ ରେ " କୃଷି କ୍ରାନ୍ତି" ଅଭିଯାନ ର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି।
ଏହି ଅଭିଯାନ ର ମୁଖ୍ୟ ଉର୍ଦ୍ଧେଶ୍ୟ ହେଉଛି କନ୍ଧମାଳ ଜିଲ୍ଲା ଏକ କୃଷି ବହୁଳ ଜିଲ୍ଲା ଅଟେ। ଏଠି 90% ଚାଷୀ ର ଚାଷ ଜମି ରେ କେବଳ ବର୍ଷ କୁ ଥରେ ଧାନ ଚାଷ କରି ଜମି ପଡିଆ ପଡି ଥାଏ । ତେଣୁ ସଂଗଠନ ଏକ ଅଭିଯାନ ଆରମ୍ଭ କରିଛି ଯେ ଚାଷୀ ଧାନ ଅମଳ ପରେ "ଜିରୋ ଇରୀଗେସନ "ରେ ଦ୍ୱତୀୟ ଫସଲ ଅମଳ କରିବ । ତଥା ବିରି, ମୁଗ, କୁଳଥ, ଶୋରିଷ, ସୋଲି ଚଣା, ସୂର୍ଯ୍ୟମୁଖି ଆଦି ଫସଲ ଲଗାଇ ଦ୍ୱତୀୟ ଫସଲ ଲାଭ ଉଠେଇ ପାରିବ ସେଥିପାଇଁ ସରକାର ଙ୍କ (RKVY)ରାଷ୍ଟ୍ରି ୟ କୃଷି ବିକାଶ ଯୋଜନା ଏବଂ କୃଷକ ପୋର୍ଟାଲ ରେ ସାମିଲ ହୋଇ ଉପକୃତ ହୋଇ ପାରିବେ।
କୃଷି ଯନ୍ତ୍ର ପାତି, ସହିତ ଚାଷୀଙ୍କୁ ତାଲିମ ଓ ସଚେତନ କରିବା ସମସ୍ତ ଚାଷୀ ଙ୍କୁ କୃଷକ ପୋର୍ଟାଲ ରେ ପଞ୍ଜିକରଣ କରିବ ପାଇଁ ସଂଗଠନ ଗାଁ ଗାଁ ରେ ଲୋକଙ୍କୁ ସଚେତନକରିବା ପାଇଁ ଅଭିଯାନ ଆରମ୍ଭ କରିଛି.
ଏହି ଅଭିଯାନ ରେ ସଂଗଠନ କର୍ମୀ ପ୍ରମୋଦା ନାୟକ, ଶାନ୍ତିଲତା ନାୟକ, ସାରଳା ପ୍ରଧାନ ଏବଂ ସ୍ଥାନୀୟ ୱାର୍ଡ ସଭ୍ୟ ଅଲିଫ ଦିଗାଲଏବଂ ପବିତ୍ର ପ୍ରଧାନ କୃଷକ ସାଥି ରାମଜୟ ପ୍ରଧାନ ୟଙ୍ଗ ଇଗଲ 8/7/2023 ମୋ ଚାଟ ଶାଳୀ ସ୍ବେଛାସେବୀ,ଏବଂ ଗ୍ରାମର ର ବହୁ ଚାଷୀ ଉପସ୍ଥିତ ଥିଲେ। କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୮/୭/୨୦୨୩----୯,୩୫ Sakhigopal News,8/7/2023



