ads

Breaking News

ବନମହୋତ୍ସବ ରେ ପ୍ରକୃତିପ୍ରେମୀଙ୍କୁ ମିଳିଲା, ବନବନ୍ଧୁ ସମ୍ମାନ



ବାଙ୍କୀ /କଟକ -----ଡମପଡା ବ୍ଲକ ଅନ୍ତର୍ଗତ ବାଁଆରା ଗ୍ରାମର ଶ୍ରୀ ସୁବୁଦ୍ଧେଶ୍ବର ସାହିତ୍ୟ ସଂସଦ ଆନୁକୂଲ୍ୟରେ ଧୂଳିଆ ଷଣ୍ଢ ପୀଠରେ "ବନ ମହୋତ୍ସବ" ଓ "ବନବନ୍ଧୁ ସମ୍ମାନ " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଶିକ୍ଷାବିତ୍  ମନୋଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କଳିଙ୍ଗ ରତ୍ନ ବ୍ରହ୍ମାନନ୍ଦ ମହାନ୍ତି, ମୁଖ୍ଯବକ୍ତା ଭାବେ ସମାଜସେବୀ ନଳୀନ କୁମାର ରାୟ,ସମ୍ମାନିତ ଅତିଥି ଭାବେ ପ୍ରକୃତିବନ୍ଧୁ ଦୀପକ କୁମାର ସାମନ୍ତରା ,ପ୍ରକାଶ ଚନ୍ଦ୍ର ପ୍ରଧାନ, ବାମଦେବ ରାଉତରାୟ, ଅନ୍ତର୍ଯ୍ୟାମୀ ଜେନା, ବରିଷ୍ଠ  ଶିକ୍ଷୟିତ୍ରୀ ନିବେଦିତା ପାଇକରାୟ ପ୍ରଭୃତି ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ପ୍ରଶାନ୍ତ କୁମାର ସାହୁ, ଉପଦେଷ୍ଟା ଚନ୍ଦନ ଦତ୍ତ ଓ  ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ପରିଚାଳନା କରିଥିଲେ । ଏହି ଅବସରରେ  ଶିକ୍ଷୟିତ୍ରୀ ନିବେଦିତା ପାଇକରାୟ , ସୁଦର୍ଶନ ସାହୁ , ପ୍ରିତିରଞ୍ଜନ ପଣ୍ଡା , ମାନସ କୁମାର ନନ୍ଦ , ପ୍ରଭାସ କୁମାର ମଙ୍ଗରାଜ , ସନ୍ତୋଷ କୁମାର ସ୍ବାଇଁ , ଦୁର୍ବାଦଳ ମନ୍ତ୍ରୀ ,  ବିଶ୍ବନାଥ ସାହୁ , ମନୋଜ କୁମାର ନାୟକ , ଶଶଧର ନାୟକ , ଗୌତମ ରାଉତ ,  ସନ୍ତୋଷ କୁମାର ମୁଦୁଲି ,  ଓ ଭୃଗୁରାମ ପାତ୍ର  ପ୍ରଭୃତି ପ୍ରକୃତିପ୍ରେମୀ ମାନଙ୍କୁ "ବନବନ୍ଧୁ ସମ୍ମାନ"ରେ  ଉତ୍ତରୀୟ ଓ ମାନପତ୍ର ଦେଇ ଅତିଥି ମାନେ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଗୌରାଙ୍ଗ ଚରଣ ରାଉତ ଅତିଥି ପରିଚୟ ପ୍ରଦାନ କରିଥିବାବେଳ ପୂର୍ବତନ ସି.ଆର.ସି ବଳରାମ ପାଇକରାୟ ସ୍ବାଗତ ଭାଷଣ ଦେଇଥିଲେ । ଶିକ୍ଷକ ମାନସ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ,୧୧/୭/୨୦୨୩----୫,୨୫ Sakhigopal News,11/7/2023

ads

Blog Archive

Popular Posts