ରାଜ୍ୟପାଳଙ୍କ ଦ୍ଵାରା ଲୋକାର୍ପିତ ହେଲା ଦୁଇଟି କବିତା ପୁସ୍ତକ
କବି ବିକେଶ ସାହୁଙ୍କ ଦୁଇଟି କବିତା ପୁସ୍ତକ 'ବାପା ଓ ଅନ୍ୟାନ୍ୟ କବିତା' ଏବଂ 'ନିଜପାଇଁ ଯେତେ କବିତା' ମହାମହିମ ରାଜ୍ୟପାଳ ଗଣେଶୀ ଲାଲ୍ ଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଲୋକାର୍ପିତ ହୋଇଯାଇଛି । ଯାହା ଯଥାକ୍ରମେ ଜାତୀୟ ପ୍ରକାଶନ ସଂସ୍ଥା ଷ୍ଟୋରିମିରର୍, ମୁମ୍ବାଇ ଓ ବନଫୁଲ ପ୍ରକାଶନ, ଭୁବନେଶ୍ୱର ଦ୍ୱାରା ପ୍ରକାଶ ଲାଭ କରିଥିଲା । ଏହି ଉପଲକ୍ଷେ ମହାମହିମ ରାଜ୍ୟପାଳ ପୁସ୍ତକ ଲୋକାର୍ପଣ କରିବା ସହ ତରୁଣ ସମୟରୁ ସାହିତ୍ୟ ସୃଷ୍ଟି ନିମିତ୍ତ ମନଥିବାରୁ କବି ବିକେଶ ସାହୁଙ୍କୁ ଭୁରିଭୁରି ପ୍ରଶଂସା କରିଥିଲେ । ସୂଚନା ଯୋଗ୍ୟ ଯେ, କବି ବିକେଶ ସାହୁ ଆମ ସମୟର ଜଣେ ପରିଚିତ ନାମ । ଜୀବନ-ଜିଜ୍ଞାସର ବିବିଧ ରୂପକୁ କବିତାରେ ଆଙ୍କିବା ସହ ବାସ୍ତବ ଜୀବନର ଛବିକୁ କବିତାରେ ଶବ୍ଦାୟିତ କରିବା - ତାଙ୍କ କବିତାକୁ ଦେଇଛି ସ୍ବତନ୍ତ ପରିଚୟ । 'ଉଦୟରାଗ କବିତା ସମ୍ମାନ', 'ସୃଜନଝର - ଗୀତିଝର ସମ୍ମାନ', 'ଭାଗୀରଥ ଯୁବ ପ୍ରତିଭା ସମ୍ମାନ', 'ସମ୍ବାଦ ଏଇ ମାସର ଲେଖକ' ଆଦି ସମ୍ମାନ ଓ ପୁରସ୍କାର ଯାହାର ଫଳଶ୍ରୁତି । କବି ବିକେଶ ସାହୁଙ୍କ ଜନ୍ମ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଭୂଷଲାଡ଼ ଗ୍ରାମରେ । ତାଙ୍କ ପିତାଙ୍କ ନାମ ଜିକ୍ତି ସାହୁ ଓ ମାତା ଜନକଦେବୀ । ସମ୍ପ୍ରତି ସେ ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି । ବଲାଙ୍ଗୀର ରୁ ଅଶୋକ ଭୋଇଙ୍କ ରିପୋର୍ଟ,୧୧/୭/୨୦୨୩---୫,୨୦ Sakhigopal News,11/7/2023



