ତୁଳସୀପଲ୍ଲୀ କ୍ଷେତମଣି ମଧ୍ୟ ଇଂରାଜୀ ବିଦ୍ୟାପୀଠ ପରିସରେ ୭୪ତମ ବନମହୋତ୍ସବ ପାଳିତ
ଭଞ୍ଜନଗର --- ଭଞ୍ଜନଗର ବ୍ଲକ ଡିହପଡାଳ ପଞ୍ଚାୟତର ତୁଳସୀପଲ୍ଲୀ ଗ୍ରାମରେ ଥିବା କ୍ଷେତମଣି ମଧ୍ୟ ଇଂରାଜୀ ବିଦ୍ୟାପୀଠପରିସରରେ ୭୪ତମ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେଶ କୁମାର ପଣ୍ଡା,ରାଧାଶ୍ୟାମ ଜେନା ,ଅରବିନ୍ଧ ସାଇଁ,ବନେଶ୍ବର ଜେନା(ଓରଫ)ଭିକା ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।ଗଛଟିଏ ଲଗାଇବା ଦ୍ବାରା କଣ ଉପକାରିତା ଅପକାରିତା ଉପରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ବୁଝାଇଥିଲେ। ଦିନକୁଦିନ ଜନ ସଂଖ୍ୟା ବୃଦ୍ଧି ସାଙ୍ଗକୁ ବିଭିନ୍ମ କଳକାରଖାନା ଅଗ୍ରଗତି ହେଉଥିବାରୁ ଦିନକୁ ଦିନ ଜଙ୍ଗଲ ହ୍ରାସ ଘଟୁଛି।ଯାହାକି ପାଣି ପବନ ପରିବେଶ ଠାରୁ ଆରମ୍ଭ କରି ଜୀବ ଜଗତ ଉପରେ ଏହାର ପ୍ରଭାବ ପଡୁଛି । ଏତତ୍ ବ୍ୟତିତ ଜଙ୍ଗଲ ହ୍ରାସ ପାଇବା ଦ୍ବାରା ପଶୁ ପକ୍ଷି ଗାଁ ଓ ସହର ମୁହାଁ ହେବାକୁ ଲାଗିଲେଣି ।ଏଥିପାଇଁ ପ୍ରତ୍ୟେକ ପିଲା ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପଣ୍ଡା ଛାତ୍ରଛାତ୍ରୀଙ୍କୁ କହିଥିଲେ ।
ଭଞ୍ଜନଗର ରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୭/୨୦୨୩---୯,୧୦ Sakhigopal News,7/7/2023




