ads

Breaking News

 ବରେନ୍ଦ୍ର କୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ୭୪ତମ "ବନମହୋତ୍ସବ" ପାଳନ
-------------------------------------------------------------


ବାଙ୍କୀ , କଟକ----   ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବରେନ୍ଦ୍ର କୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟରେ  ୭୪ତମ "ବନମହୋତ୍ସବ" ପାଳନ କରାଯାଇଛି । ବିଦ୍ୟାଳୟକୁ ସବୁଜ, ସୁନ୍ଦର, ସ୍ବଛ ଓ ଆକର୍ଷଣୀୟ ପରିବେଶରେ ପରିଣତ କରିବାର ଲକ୍ଷ୍ୟ ରଖାଯାଇଛି।  ପଣ୍ଡିତ ଗୋବିନ୍ଦ ରଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ  ଶିକ୍ଷୟିତ୍ରୀ ନିବେଦିତା ପାଇକରାୟ ନିଜ ପ୍ରଚେଷ୍ଟାରେ ସୃଷ୍ଟି କରିଥିବା  ଚାରାଗୁଡିକୁ ବିଭିନ୍ନ ବିଦ୍ୟାଳୟରେ ବଣ୍ଟନ କରିଛନ୍ତି । ପେଷାରେ  ଶିକ୍ଷୟିତ୍ରୀ ହେଲେ ମଧ୍ୟ ନିଶା ହେଉଛି  ପରିବେଶ ସୃଷ୍ଟି ଓ ତାର ସୁରକ୍ଷା ସହିତ ଭଲପାଇବା । ଏହି କାର୍ଯ୍ଯକ୍ରମରେ ଛାତ୍ରଛାତ୍ରୀ ,ଶିକ୍ଷକ, ଶିକ୍ଷୟିତ୍ରୀ,ଗୋଷ୍ଠୀ ସମ୍ପୃକ୍ତି କରାଇ ପରିବେଶ ପ୍ରତି ସମସ୍ତଙ୍କ ହୃଦୟରେ ଅହେତୁକ ଭଲ ପାଇବା ସୃଷ୍ଟି କରିବା ତାଙ୍କର ମୂଳ ଉଦ୍ଦେଶ୍ୟ ଅଟେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ଶିକ୍ଷୟିତ୍ରୀ ନିବେଦିତା ଜେନା, ଜ୍ଯୋର୍ତିମୟୀ ରାଉତ, ଶେଫାଳୀ ମହାପାତ୍ର,ପୁନମ ଗୁପ୍ତା, ସ୍ବର୍ଣଲତା ସାହୁ, ସୌମ୍ଯଲତା ସାହୁ,ଜ୍ଯୋର୍ତିମୟୀ ପଣ୍ଡା, ମୋନାଲିସା ପଣ୍ଡା ,ପ୍ରକୃତିବନ୍ଧୁ ଦୀପକ କୁମାର ସାମନ୍ତରାୟ ଓ ପୂର୍ବତନ ସି.ଆର.ସି.ସି. ବଳରାମ ପାଇକରାୟ  ସହଯୋଗ କରିଥିଲେ । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ, ୭/୭/୨୦୨୩---୯,୪୫ Sakhigopal News,7/7/2023

ads

Blog Archive