ads

Breaking News

ବିଶ୍ୱନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ ପରିସରରେ ବନମହୋତ୍ସବ ସପ୍ତାହ ପାଳନ


ଡେଲାଙ୍ଗ ----- ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ବିଶ୍ୱନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ ପରିସରରେ ବନମହୋତ୍ସବ ସପ୍ତାହ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏକ ସଭାର ଆୟୋଜନ କରାଯାଇଥିଲା । ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ ବାର୍ତ୍ତା ଦେବାସହ ବୃକ୍ଷ ରୋପଣ ପାଇଁ ପ୍ରେରଣା ସୃଷ୍ଟି କରାଯାଇଥିଲା। ଛାତ୍ର ଛାତ୍ରୀ ମାନେ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଚେତନ ମୂଳକ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ମମତା ମହାନ୍ତି ଓ ବିଦ୍ୟାଳୟ କମିଟିର ସଭାପତି , ଡେଲାଙ୍ଗ ବନ ବିଭାଗ ର ଅଧିକାରୀ ଶ୍ରୀ ଶାନ୍ତନୁ କୁମାର ଦଳେଇ ଓ ବନକର୍ମଚାରୀ ଶ୍ରୀ ରାକେଶ କୁମାର ପଣ୍ଡା, ସୌଭାଗ୍ୟ ଲକ୍ଷ୍ମୀ ଭୋଳ, ସିଦ୍ଧାର୍ଥ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷୟିତ୍ରୀ ଲକ୍ଷ୍ମୀ ପ୍ରିୟା ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏଥି ସହିତ ସମସ୍ତ ଙ୍କ ଉପସ୍ଥିତି ରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ଶିକ୍ଷକ ପର୍ଶୁରାମ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।ଶିକ୍ଷକ ଦିଲିପ ବେହେରା,କେଶିରାମ ହେମ୍ବ୍ରମ ଦିବାକର ସଠୀ ସମସ୍ତ କାର୍ଯ୍ୟ ରେ ସହଯୋଗ କରିଥିଲେ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୭/୭/୨୦୨୩---୮,୫୫ Sakhigopal News,7/7/2023

ads

Blog Archive

Popular Posts