ଆବାସ ଯୋଜନା କାର୍ଜୀ ଦିଗାଲ ପାଇଁ ସାତସପନ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତର ସେନାପଡ଼ି ଗ୍ରାମର କାର୍ଜୀ ଦିଗାଲ ଭଲ ଘରଟିଏ ନଥିବାରୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପରିବାର ସହିତ ରହି ଆସୁଛନ୍ତି । ମାଟି ଘର ସହିତ ଭଙ୍ଗା ଟିଣ ଛପର କରି ରହୁଛନ୍ତି । ପରିବାର କହିଲେ ପାଞ୍ଚ ପ୍ରାଣୀ ସ୍ତ୍ରୀ ଏବଂ ୩ ଛୋଟ ଛୁଆ କାର୍ଜୀ ଦୈନନ୍ଦିନ ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ସ୍ତ୍ରୀ ମଧ୍ୟ ତାକୁ ସାହାଯ୍ୟ କରନ୍ତି । ଅଭାବ ଅନାଟନରେ ଦୈନନ୍ଦିନ ଚଳ ପ୍ରଚଳ ଏତେ ଭଲ ନୁହେଁ । ଯାହା ଉପାର୍ଜନ କରନ୍ତି ସେଥିରେ ପରିବାର ପ୍ରତିପୋଷଣ କରିବା ଅସମ୍ଭବ । ବର୍ଷା ଦିନେ ଘରର ଅବସ୍ଥା ନ କହିବା ଭଲ । ଘର ଉପରୁ ପାଣି ଝରୁଛି , ଅନେକ ଥର ପବନ ଯୋଗୁଁ ଟିଣ ଛପର ମଧ୍ୟ ଉଡ଼େଇ ନେଇଛି । ସରକାରୀ ଘର ପାଇଁ ଅନେକ ଥର ସ୍ଥାନୀୟ ସରପଞ୍ଚଙ୍କୁ ଅବଗତ କରିଛନ୍ତି । ହେଲେ କୌଣସି ସୁଫଳ ମିଳନାହିଁ । କେବଳ ପ୍ରତିଶୃତି ମାଳମାଳ । ସେପଟେ ତାଲିକାରେ ନା ନଥିବା କହିଛନ୍ତି । ଯୁବ ସମାଜ ସେବୀ ବିଞ୍ଜାମିନ ନାୟକଙ୍କ ସମେତ ଗ୍ରାମବାସୀ ଉକ୍ତ ପରିବାରକୁ ସରକାରୀ ଘର ଯୋଗାଇ ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୧/୭/୨୦୨୩ ----୫,୧୦ Sakhigopal News,11/7/2023



