ads

Breaking News

ପଣ୍ଡିତ ଗୋବିନ୍ଦ ରଥ ବିଦ୍ଯାଳୟରେ ପାଳନ ହେଲା ବନମହୋତ୍ସବ


 
କଟକ--- କଟକ ଜିଲ୍ଲା ଡମପଡା ବ୍ଲକ ଅନ୍ତର୍ଗତ ପଣ୍ଡିତ ଗୋବିନ୍ଦ ରଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବରିଷ୍ଠ ଶିକ୍ଷୟିତ୍ରୀ ନିବେଦିତା ପାଇକରାୟଙ୍କ ନେତୃତ୍ୱରେ ଓ  ପ୍ରଧାନ  ଶିକ୍ଷୟିତ୍ରୀ ସବିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ  ୭୪ତମ "ବନମହୋତ୍ସବ"ପାଳିତ ହୋଇଯାଇଛି । ଶ୍ରୀମତୀ ପାଇକରାୟ ନିଜେ ପକାଇଥିବା ଚାରାକୁ ବନମହୋତ୍ସବ ଉତ୍ସବ ପାଳନ କରିବା ପାଇଁ ବିଦ୍ୟାଳୟକୁ ଯୋଗାଇ ଦେଇଥିଲେ । ପିଲାମାନଙ୍କ ମନରେ ବୃକ୍ଷ ପ୍ରତି ଅହେତୁକ ଭଲପାଇବା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ଏହି କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସରଷ, ସୁନ୍ଦର ଓ ସଫଳ କରିବା ପାଇଁ ବିଦ୍ୟାଳୟର ଶିକ୍ଷକ ଶରତ କୁମାର ରଥ ଓ କିର୍ତ୍ତିରଞ୍ଜନ ବେହେରା ,  ଶିକ୍ଷୟିତ୍ରୀ ସ୍ବସ୍ତି ମହାପାତ୍ର, ଶର୍ମିଷ୍ଠା ପାଢ଼ୀ, ଶାନ୍ତିଲତା ଦେଇ, ଏଲିନା ମହାପାତ୍ର, ଦିପ୍ତିମୟୀ ଶତପଥୀ , ନୀଳମଣି ବେହେରା ଓ ମନୋରଞ୍ଜନ ବେଉରାଙ୍କ ସହିତ ରୋଷେୟା ମାନେ ସହଯୋଗ କରିଥିଲେ ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ,୧୦/୭/୨୦୨୩----୯,୨୦ Sakhigopal News,10/7/2023

ads

Blog Archive

Popular Posts