କ.ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୭୪ ତମ ବନ ମହୋତ୍ସବ ପାଳିତ
ବାଲିଗୁଡ଼ା- କନ୍ଧମାଳ ଜିଲ୍ଲା କ.ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ୭୪ ତମ ବନ ମହୋତ୍ସବ ବନାଞ୍ଚଳ ଅଧିକାରୀ ପ୍ରଦୀପ ବେହେରା ଙ୍କ ତତ୍ବାବଧାନରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବନପାଳ ସୁଶାନ୍ତ କୁମାର ବୈଶାଖି,ପ୍ରୟାଞ୍ଜଳୀ ପ୍ରଧାନ, ସୁଦେଷ୍ନା ବେହେରା, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋଜ କୁମାର ରଥ, କୃଷ୍ଣ ଚନ୍ଦ୍ର ଦାସ,ସବିତା ପାଣିଗ୍ରାହୀ, ସନ୍ଧ୍ୟାରାଣୀ ସାମନ୍ତରାୟ,ଲିନା କୁମାରୀ ପ୍ରଧାନ, ଓମ୍ ପ୍ରକାଶ ସାହୁ,ସମୀର ପଟ୍ଟନାୟକଙ୍କ, ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବୃକ୍ଷ ହଁ ଜୀବନ ଉପରେ ବକୃତା ପ୍ରତିଯୋଗୀତା ହୋଇଥିଲା। ଏଥିରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଅତିଥି ମାନଙ୍କ ଦ୍ଵାରା ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା। କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୦/୭/୨୦୨୩----୮,୩୫ Sakhigopal News,10/7/2023



