ads

Breaking News

ହୃଷୀକେଶ ଙ୍କ ଷଷ୍ଠ ଦିନ ରେ ବନମହୋତ୍ସବ ସଚେତନତା

 

ଡେଲାଙ୍ଗ : ବନମହୋତ୍ସବ ସପ୍ତାହ ପାଳନ ର ଷଷ୍ଠ ଦିନରେ ସବୁଜ ଡେଲାଙ୍ଗ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରକୃତି ମିତ୍ର ଆଇନଜୀବୀ ହୃଷୀକେଶ ପାଢ଼ୀ ରେଞ୍ଚ ସ୍ଥିତ ଜନସେବା କେନ୍ଦ୍ରରେ ଛାତ୍ରୀ ଛାତ୍ର ମାନଙ୍କୁ ପରିବେଶର ସୁରକ୍ଷା ପାଇଁ ଗଛ ଲଗାଇବା ସହ ବନମହୋତ୍ସବ ପାଳନ କରିବା ପାଇଁ ଜନ ସଚେତନତା ସୃଷ୍ଟି କରିଛନ୍ତି |ଏକକ ବ୍ୟବହୃତ ପ୍ଲାଷ୍ଟିକ ମାଟିରେ ନ ମିଶି ପରିବେଶ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଏହାକୁ ବ୍ୟବହାର ନ କରିବା ପାଇଁ ପରାମର୍ଶ ଦେଇଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ସ୍ୱଂୟଶ୍ରୀ ସ୍ୱାଇଁ, ପୂର୍ଣ୍ଣିମା ସ୍ୱାଇଁ, ସ୍ୱର୍ଯ୍ୟ ପାତ୍ର, ସୋମନାଥ ବେହେରା, ଗଙ୍ଗାଧର ମାଝୀ, ସତୀକାନ୍ତ ସ୍ୱାଇଁ, ମମତା ବାରିକ, ସୋନି ପ୍ରଧାନ, ଦୀପକ କୁମାର ସାହୁ, ସୋମନାଥ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ  | ହୃଷୀକେଶ ସକାଳୁ ଉଠିଲେ ପରିବେଶ ପାଇଁ ଚିନ୍ତା କରିବା ସହ ଗୋଟିଏ ରୁ ଅଧିକ ଗଛ ଏକା ହେଉ ବା ଅନ୍ୟ ମାନଙ୍କ ସହିତ ଗଛ ନ ଲଗେଇଲେ ତାଙ୍କୁ ନିଜ ହୁଏ ନାହିଁ । ଗଛ ଲଗାଇବା ସହିତ ଜଙ୍ଗଲ ସୃଷ୍ଟି କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହନ୍ତି । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୯/୭/୨୦୨୩--- ୭,୧୦ Sakhigopal News,9/7/2023

ads

Blog Archive

Popular Posts