ads

Breaking News

ସତ୍ଯବାଦୀ ଉଚ୍ଚ ବିଦ୍ଯାଳୟ ଛାତରୁ ଖସିଲା ପ୍ଲାଷ୍ଟର



   
  ସାକ୍ଷୀଗୋପାଳ------ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଦ୍ଵାରା ନିର୍ମିତ ସତ୍ଯବାଦୀ ଉଚ୍ଚ ବିଦ୍ଯାଳୟ ଛାତରୁ ପୁଣି  ଖସିଲା ପ୍ଲାଷ୍ଟର   । ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିଦ୍ଯାଳୟର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ। ବିଦ୍ୟାଳୟର ପୁରାତନ ପାଠାଗାର ଛାତରୁ ପ୍ଲାଷ୍ଟର ଖସି ତଳେପଡିବା ସମୟରେ ସୌଭାଗ୍ଯ ବଶତଃ ସେଠାରେ କେହି ନଥିଲେ  । ଗତକିଛି ଦିନ ତଳେ କାର୍ଯ୍ଯାଳୟ ପରିସରରେ ସେହିପରି ପ୍ଲାଷ୍ଟର ଖସି ଜଣେ କର୍ମଚାରୀ କାର୍ଯ୍ଯରତ ଥିବା ସମୟରେ ତାଙ୍କ ମୁଣ୍ଡ ରେ ପଡିବାରୁ ଗୁରୁତର ଆହତ  ହୋଇଥିଲେ  । ବର୍ତ୍ତମାନ ଉକ୍ତ ବିଦ୍ଯାଳୟ ରେ  ମୁକ୍ତ ବିଦ୍ଯାଳୟ ଛାତ୍ରଛାତ୍ରୀଙ୍କ  କାର୍ଯ୍ୟାଳୟ ଚାଲୁଛି ।  ଏହି ଖବରପାଇ ପଞ୍ଚାୟତ ସମିତି ଅଧ୍ଯକ୍ଷ ସୁନିଲ କୁମାର ପଣ୍ଡା ଓ ବିଡ଼ିଓ  ଲୋଚନ କୁମାର ଦାସ ଘଟଣା ସ୍ଥଳରେ ପହଞ୍ଚି ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଆଲୋଚନା କରିଥିଲେ ।ଏସଂପର୍କରେ ଯନ୍ତ୍ରୀମାନଙ୍କ ସହ ପରାମର୍ଶ କରାଯାଇ ଯାହା ପଦକ୍ଷେପ ନିଆଯିବ ବୋଲି ସମିତି ଅଧ୍ଯକ୍ଷ  କହିଥିଲେ   ଆଲମୁନୀ କମିଟି ସଭାପତି କିଶୋର ମହାପାତ୍ର କହନ୍ତି ଉକ୍ତ ପୁରାତନ କୋଠା ସଂପୂର୍ଣ୍ଣ ଖରାପ ହୋଇଗଲେଣି  । ଏହାକୁ ପ୍ରଶାସନ ପକ୍ଷରୁ ବିପଦପୂର୍ଣ୍ଣ ବୋଲି ଘୋଷଣା କରାଯାଇ ତୁରନ୍ତ ନୂତନ କୋଠା କରିବା ପାଇଁ ଦାବି କରିଛନ୍ତି।  ।  ସୂଚନାଯୋଗ୍ୟ  ଉକ୍ତ ବିଦ୍ଯାଳୟ ୫ଟି ଅଧିନରେ ଅନ୍ତର୍ଭୁକ୍ତ ହୋଇଛି । ପୁରାତନ କୋଠା କୁ ବିପଦପୂର୍ଣ୍ଣ ବୋଲି ଘୋଷଣା କରିବାକୁ ସାଧାରଣରେ ଦାବି କରାଯାଉଛି  ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୭/୭/୨୦୨୩----୮,୪୫ Sakhigopal News,7/7/2023

ads

Blog Archive

Popular Posts