ସତ୍ୟବାଦୀ ଶାଖା ଭାରତ ବିକାଶ ପରିଷଦ ପକ୍ଷରୁ ବାଲ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ
ସାକ୍ଷୀଗୋପାଳ -----ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ପକ୍ଷରୁ କାଦୁଆ ସ୍ଥିତ ମହନ୍ତ ବଳରାମ ଦାସ ବିଦ୍ପୟାପୀଠ ରିସରରେ ବାଲ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆମ ସଂସ୍କୃତି ର ବିକାଶ ଓ ସମାଜରେ ଦେଖା ଦେଇଥିବା ସାମାଜିକ ଅଧଓଗତଇର ଉନ୍ନତି ପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ପ୍ରୟାସ ଅନୁଷ୍ଠିତ ହୋଇଯାଇଛି। ଭାରତ ବିକାଶ ପରିଷଦ ର ଆଭିମୁଖ୍ୟ ଓ ଭାରତୀୟ ସଂସ୍କୃତିର ବିକାଶ , ଦୈନଦିନ ଜୀବନର ପରିଚର୍ଯ୍ଯା, ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଜୀବନୀ ବିଷୟରେ ଆଲୋଚନା ଓ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ସଚ୍ଚିବ ନବୀନ ଶତପଥୀ, ବାଲ ସଂସ୍ଥାର ସଚ୍ଚିବ ରୀତି ତ୍ରିପାଠୀ , ଉପ ସଭାପତି ବିଷ୍ଣୁ ମହାରଣା, କୋଷାଧ୍ୟକ୍ଷ ବିଜୟ କୁମାର ପରିଡ଼ା, ସଂସ୍କାର ସଚିବ ସୁନିଲ କୁମାର ବେହେରା, ବିଦ୍ଯାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ବରାଳ, ଶିକ୍ଷକ ଶରତ ଚନ୍ଦ୍ର ନାୟକଙ୍କ ସହିତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ। ଅନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଉପକରଣ ବଣ୍ଟନ କରାଯାଇଥିଲା।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୭/୭/୨୦୨୩----୮,୪୫ Sakhigopal News,7/7/2023




