ads

Breaking News

ଇନିସିପେକ୍ଟର ସ୍ତରରେ ବଡ ଧରଣର ଅଦଳବଳ



ନୟାଗଡ଼:---- ନୟାଗଡ଼ ଜିଲ୍ଲା ପୋଲିସରେ ବଡ଼ ଧରଣର ଅଦବଦଳ ହୋଇଛି। ଜିଲ୍ଲାରୁ ଏକାଧିକ ଇନ୍ସିପେକ୍ଟର ଙ୍କ ଅନ୍ୟ ଜିଲ୍ଲା କୁ ବଦଳି ହୋଇଛି  । ସେମାନଙ୍କ ଯାଗାରେ ଅନ୍ଯ ଜିଲ୍ଲା ରୁ ଇନ୍ସିପେକ୍ଟର ମାନେ ଇଟାମାଟି ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତ ରାୟଙ୍କ ପୁରୀ ଜିଲ୍ଲାକୁ ବଦଳି ହୋଇଛି। ଇନ୍ସିପେକ୍ଟର ବଦ୍ୟନାରାୟଣ ଭୋଇଙ୍କୁ ପୁରୀ ଜିଲ୍ଲା କୁ , ନୂଆଗାଁ ଥାନା ଅଧିକାରୀ ବିମଳ କୁମାର ମଲ୍ଲିକ ଙ୍କୁ କେନ୍ଦ୍ରାପଡ଼ା, ଫତେଗଡ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା ଙ୍କୁ ଖୋର୍ଦ୍ଧା, ଓଡ଼ଗାଁ ଥାନା ଅଧିକାରୀ ଜୟଦିପ ମହାନ୍ତିଙ୍କୁ ପୁରୀ , ପ୍ରଜ୍ଞାପାରମିତା ଜେନାଙ୍କର କେନ୍ଦ୍ରାପଡ଼ା , ମନୋରମା ମଲ୍ଲିକ ଙ୍କ ଜଗତସଂହପୁର , ବସନ୍ତ କୁମାର ସାହୁଙ୍କୁ ପୁରୀ , ବାଣୀଗୋଛା ଥାନା ଅଧିକାରୀ ସଞ୍ଜୟ କୁମାର ମଲ୍ଲିକ ଙ୍କ ର କେନ୍ଦ୍ରାପଡ଼ା, ଖଣ୍ଡପଡ଼ା ଥାନା ଅଧିକାରୀ ରମେଶ କୁମାର ଦେବତାଙ୍କୁ ଖୋର୍ଦ୍ଧା, ଇନ୍ସପେକ୍ଟର ନିଶାମଣି ମହାନ୍ତିଙ୍କୁ ଯାଜପୁର ଜିଲ୍ଲା କୁ ବଦଳି ହୋଇଛି। ସେହିଭଳି ଭାବେ ପୁରୀ ଜିଲ୍ଲାରୁ ଦିଲ୍ଲୀପ କୁମାର ସ୍ୱାଇଁ, ସୁଜିତ୍ କୁମାର ଦାଶ  , ନାରାୟଣ ଲେଙ୍କାଙ୍କୁ ପୁରୀରୁ ନୟାଗଡ଼ ଜିଲ୍ଲାକୁ  ବଦଳି କରାଯାଇଛି  । ସେହିପରି ବିଜୟ ସାହୁ କଟକରୁ ନୟାଗଡ଼, ରଶ୍ମିରଞ୍ଜନ ସାହୁ ଖୋର୍ଦ୍ଧା ରୁ ନୟାଗଡ଼ , ଦିଗ୍ ବିଜୟ ବିଶ୍ଵାଳ ଖୋର୍ଦ୍ଧା ରୁ ନୟାଗଡ଼, ଦେବେନ୍ଦ୍ର ମହାପାତ୍ର ଜଗତସଂହପୁରରୁ ନୟାଗଡ଼, ଲକ୍ଷ୍ମଣ ଦଣ୍ଡସେନା ଯାଜପୁରରୁ ନୟାଗଡ଼, ଏସ୍ . ଦାଶରଥି ପାତ୍ର ଯାଜପୁରରୁ ନୟାଗଡ଼, ଜଗଦୀଶ କର ଯାଜପୁରରୁ ନୟାଗଡ଼ ଜିଲ୍ଲାକୁ ବଦଳି ହୋଇଥିବା ସୂଚନା ମିଳିଛି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୯/୭/୨୦୨୩----୭,୪୫ Sakhigopal News,9/7/2023

ads

Blog Archive

Popular Posts