ଆଦିବାସୀ ଙ୍କ ଜଙ୍ଗଲଜମି ସର୍ଭେ କରିପଟ୍ଟା ଦେବା ଦାବୀ ନେଇ ଓଡିଶା କୃଷକ ସଭା ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ
ଭଞ୍ଜନଗର-- ଗଞ୍ଜାମ ଜିଲ୍ଲା ରେ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟ କରିବା ରେ ବିଫଳତା ଦେଖା ଯାଇଛି l. ଜିଲ୍ଲା ର ବୁଗୁଡ଼ା. ପୋଲସରା. କୋଦଳା. ସୋରଡ଼ା. ବେଲଗୁଣ୍ଠା. ସମେତ ବିଭିନ୍ନ ତହସିଲ ଆଦିବାସୀ ମାନେ ପୁରୁଷାନୁକ୍ରମେ ଜଙ୍ଗଲ ଜମି ଦଖଲ ରେ ରଖି ପରିବାର ପ୍ରତିପୋଷଣ କରିଆସୁଛନ୍ତି । ଜମିର ପଟ୍ଟା ପାଇଁ ଆଜକୁ 7ବର୍ଷ ଧରି ଆବେଦନ କରିଥିଲେ ମଧ୍ୟ୍ୟ ଉକ୍ତ ଜମି ସର୍ଭେ ନକରି ତହସିଲ ଓ ବନ ଅଧିକାରୀ କାର୍ଯ୍ୟାଳୟ ମାନଙ୍କରେ ଅଭିଯୋଗ ପଡି ରହିଛି । ବନବିଭାଗ ଙ୍କର ଅସହଯୋଗ. ଅବହେଳା ଯୋଗୁ ଜମି ସର୍ଭେ ନହେବା ଫଳରେ ଆଦିବାସୀ ମାନେ ଜମି ପଟ୍ଟା ପାଇ ବାରେ ବଞ୍ଚିତ ହେଉଛନ୍ତି ।
ଜିଲ୍ଲପାଳ ଜମି ସର୍ଭେ କରି ପଟ୍ଟା ଦେବା ପାଇଁ ଆଦେଶ ଦେଇଥିଲେ ମଧ୍ୟ୍ୟ ବନ ବିଭାଗ କର୍ଣପାତ କରୁ ନାହାନ୍ତି । ଏହା ଜଙ୍ଗଲ ଅଧିକାର ଆଇନ ଉଲଙ୍ଘନ କରୁ ଥିବା ବ୍ୟକ୍ତି ଙ୍କୁ ଦୃଢ କାର୍ଯ୍ୟାନୁଷ୍ଠାନ କରିବାକୁ କୃଷକ ସଭା ଦାବୀ କରୁଛି l. ଯଥା ଶୀଘ୍ର ଜଙ୍ଗଲ ଜମି ର ସର୍ଭେ କରିବା ଓ ଆଦିବାସୀ ଙ୍କ ଗ୍ରାମ କୁ ପକା ରାସ୍ତା ନିର୍ମାଣ. ଘର ପଟ୍ଟା ଦେବା ଦାବୀ ନେଇ ଭଂଜନଗର ଉପଜିଲ୍ଲା ପାଳଙ୍କୁ ସ୍ମାରକ ପତ୍ର ଓଡିଶା କୃଷକ ସଭା ଜିଲ୍ଲା ସଭାପତି ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ମଣ୍ଡଳୀ ପ୍ରଦାନ କରିଛନ୍ତି l ଏହାସହ ଜିଲ୍ଲା ବନ ଅଧିକାରୀ ଦକ୍ଷିଣାଞ୍ଚଳ ଓ ଉତ୍ତରାଞ୍ଚଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଯଥା ଶୀଘ୍ର ଜଙ୍ଗଲ ଜମି ସର୍ଭେ କରା ନଗଲେ ବ୍ୟାପକ ଗଣ ଆନ୍ଦୋଳନ ହେବ ବୋଲି ଚେତା ବନୀ ମଧ୍ୟ ଦେଇଛନ୍ତି l ଏହି ପ୍ରତିନିଧି ମଣ୍ଡଳୀ ରେ ଓଡିଶା କୃଷକ ସଭାର ବରିଷ୍ଠ କୃଷକ ନେତା ଜଗନ୍ନାଥ ମିଶ୍ର. କୃଷକ ସଭା ନେତା ଗୋପାଳ କୃଷ୍ଣ ପାଣି ଗ୍ରାହୀ. ଜିଲ୍ଲା ସମ୍ପାଦକ ଅଜୟ ଗୌଡ଼ ବ୍ଲକ ସଭାପତି ନୀଳମଣୀ ଗୁରୁ. ସମ୍ପାଦକ ଗଣେଶ ପଗଡ଼ ଜିଲ୍ଲା ଉପସଭାପତି ଦାସ ଗମାଙ୍ଗ. ଜିଲ୍ଲା କମିଟି ସଭ୍ୟ ବିଭୁ ପ୍ରସାଦ ପାଣିଗ୍ରାହୀ.. ସତ୍ୟ ମଣ୍ଡଳ. ପ୍ରମୁଖ ଯୋଗଦାନ କରିଥିଲେ l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୭/୨୦୨୩---୮,୩୫ Sakhigopal News,4/7/2023



