ଶିକ୍ଷୟିତ୍ରୀଙ୍କର ସେବା ନିବୃତ କାଳୀନ ସମ୍ବର୍ଦ୍ଧନା
ଜଟଣୀ : ସ୍ଥାନୀୟ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ସରକାରି ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷୟିତ୍ରୀ ଡ ଅନୁସୂୟା ସୁନ୍ଦରରାୟ ଓ ତାଙ୍କ ସହଧର୍ମୀ କୃପାସିନ୍ଧୁ ପାତ୍ରଙ୍କୁ ଶିକ୍ଷକ ଶିକ୍ଷା କର୍ମଚାରୀ କଲ୍ୟାଣ ସମିତି ଆନୁକୁଲ୍ୟରେ ବୁଢ଼ାପଡା ସୋମନାଥଙ୍କ ପିଠ ସ୍ଥଳୀରେ ଏକ ଭବ୍ୟ ପରିବେଶ ମଧ୍ୟରେ ସେବା ନିବୃତ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କୁଦିଆରି ସରକାରି ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନଗେନ୍ଦ୍ର କୁମାର ଦତ୍ତ, ଭୁବନେଶ୍ବର ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ତଥା ରାଜ୍ଯ ସ୍କାଉଟ ଗାଇଡ୍ସ ର ଆସିଷ୍ଟାଣ୍ଟ କମିଶନର ଦୁଃଶାସନ ସ୍ୱାଇଁ,ରାଜ୍ଯ ବିଏସ୍ ଜି ର ସେକ୍ରେଟାରୀ ଶରତଚନ୍ଦ୍ର ପାଇକରାୟ, ଖୋର୍ଦ୍ଧାଜିଲ୍ଲା ବିଏସ୍ ଜି ର ସମ୍ପାଦକ ପଠାଣୀ ଆଗ୍ରାସିଂହ, ପୀତବାସ ପଟ୍ଟନାୟକ, ଜମ୍ବେଶ୍ଵର ମଙ୍ଗରାଜ, ପୌର ନଗରପାଳ ଅନନ୍ତ ବେହେରା, ଶିଶୁ ଶିକ୍ଷା ସଦନ ସ୍କୁଲର ସମ୍ପାଦକ ଅନନ୍ତ ପ୍ରସାଦ ପାଟ୍ଟଶାଣୀ, ଅନୁଷ୍ଠାନର ବରିଷ୍ଠ ସଦସ୍ୟ ବ୍ୟୋମକେଶ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଦିଦିଙ୍କର ଆଗାମୀ ଭବିଷ୍ୟତ ଉଜ୍ଜ୍ଵଳମୟ ହେଉ ବୋଲି କାମନା କରିଥିଲେ । ଏହି ପରିପ୍ରେକ୍ଷୀରେ "ସମୟ ସ୍ରୋତରେ ଡ ଅନୁସୂୟା" ନାମକ ପୁସ୍ତକ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା l କାର୍ଯ୍ୟକ୍ରମକୁ ସମିତିର ସମ୍ପାଦକ ଆଲେଖଚନ୍ଦ୍ର ବଳିଆରସିଂହ ସଂଯୋଜନା କରିଥିଲାବେଳେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭାସ୍କର କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ l
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୧/୭/୨୦୨୩---୮,୪୫ Sakhigopal News,11/7/2023




