ads

Breaking News

ଛାତ୍ର ଛାତ୍ରୀ ଙ୍କ ଗହଣ ରେ 74 ତମ ବନମହୋତ୍ସବ ପାଳିତ



 
କଟକ --- ସାରା ଭାରତ ବର୍ଷ ରେ  ଏବେ 74ତମ ବନମହୋତ୍ସବ ସପ୍ତାହ ପାଳିତ ହେଉଥିବା ବେଳେ  ଆଜି ବାଙ୍କୀ କୁସୁପଙ୍ଗି ପଞ୍ଚାୟତ ର କୁସୁପଙ୍ଗି ଉଚ୍ଚ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀଙ୍କ  ଉପସ୍ଥିତରେ ବନମହୋତ୍ସବ ପାଳନ କରାଯାଇଛି |  ଏହି ଅବସର ରେ ଛାତ୍ର ଛାତ୍ରୀ ମାନଙ୍କୁ ପରିବେଶ ପାଇଁ ବୃକ୍ଷରୋପଣ ର ମହତ୍ୱ ଏବଂ ଏହାର ମନୁଷ୍ୟ ସମାଜ ପାଇଁ ଥିବା ଉପାଦେୟତା ବିଷୟରେ ଆଲୋଚନା କରାଯାଇଥିଲା ।  ବିଦ୍ୟାଳୟ ପରିସର ମଧ୍ୟରେ ବିଭିନ୍ନ ପ୍ରକାର ର ଚାରା ରୋପଣ କରାଯାଇଛି | ଏବଂ ଏହି ଅବସର ରେ ଡମପଡା ବନାଞ୍ଚଳ ର ବନପାଳ ଶ୍ରୀ ରାଜକୁମାର ସେଠି , ବନରଖି ବିଷ୍ଣୁ ପ୍ରଧାନ, ଗଗନ ବିହାରୀ ବେଉରା, ସମାଜ ସେବି ଅଜୟ ସ୍ୱାଇଁ, ପୁର୍ଣ୍ଣେନ୍ଦୁ କୁମାର ନାୟକ, ପ୍ରଧାନ ଶିକ୍ଷକ କାହ୍ନୁଚରଣ ସ୍ୱାଇଁ, ବିଶ୍ଵମୋହନ କର ଓ ସୋମନାଥ ପରିଜା ପ୍ରଭୃତି ଯୋଗ ଦେଇ ଏହି ବନମହୋତ୍ସବ କୁ ସୁଚାରୁ ରୂପେ ପାଳନ କରିଥିଲେ |
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ,୭/୭/୨୦୨୩---- ୧୦,୧୫ Sakhigopal News,7/7/2023

ads

Blog Archive