ads

Breaking News

ସାପକାମୁଡାରେ ମହିଳାଙ୍କ ମୃତ୍ୟୁ, ପରିବାରବର୍ଗ ଚକ୍ଷୁ ଦୁଇଟି ଦାନ କଲେ



ବାଙ୍କୀ,ଡମପଡ଼ା- ଡମପଡ଼ା ବ୍ଲକ ଅନ୍ତର୍ଗତ ତୁଳସୀପୁର ଗ୍ରାମର କାଳିକା ସ୍ୱାଇଁଙ୍କର ସାପକାମୁଡାରେ ମୃତ୍ୟୁ ହୋଇଥିଲା । କାଳିକା ଘରେ ଶୋଇଥିବା ବେଳେ ଏକ ନାଗସାପ ତାଙ୍କ ବେକକୁ ଦଂଶନ କରିଥିଲା । ତୁରନ୍ତ ତାଙ୍କୁ ଚିକିତ୍ସା ନିମନ୍ତେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ସାପକାମୁଡା ଇଞ୍ଜେକସନ୍ ରୋଗୀଙ୍କୁ ଦିଆନଯିବାରୁ ତାଙ୍କର ଅବସ୍ଥା ଗୁରୁତର ହୋଇ ପଡିଥିଲା । କାଳିକାର ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ସାପକାମୁଡା ରୋଗୀକୁ ଚିକିତ୍ସା ନକରି ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ଦୁଃଖ ଦାୟକ ଘଟଣା ବୋଲି ସ୍ନେକ୍ ହେଲ୍ପଲାଇନର ସଂଯୋଜକ ଲଳିତମୋହନ ପଣ୍ଡା ପ୍ରକାଶ କରିଛନ୍ତି । ଆଜି କାଳିକାଙ୍କ ମରଶରୀର ବ୍ୟବଚ୍ଛେଦ ସରିବା ପରେ କାଳିକାଙ୍କ ପରିବାର ତାଙ୍କର ଚକ୍ଷୁ ଦୁଇଟିକୁ ଦାନ କରିଥିଲେ । ଚକ୍ଷୁ  ଦାନ ସଂସ୍ଥା ତରଫରୁ କାଳିକାଙ୍କ ଚକ୍ଷୁର ଲେନ୍ସକୁ ବାହାର କରି ସଂରକ୍ଷୀତ ରଖାଯାଇଛି । ସ୍ନେକ୍ ହେଲ୍ପଲାଇନର ସାଧାରଣ ସଂପାଦକ ଶୁଭେନ୍ଦୁ ମଲ୍ଲିକ କାଳିକାଙ୍କ ପରିବାର ବର୍ଗଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ସାନ୍ତ୍ୱନା ଦେଇ ପ୍ରଶଂସା କରିଥିଲେ । କାଳିକାଙ୍କ ପୁଅ କିପରି ସରକାରୀ ଅନୁକମ୍ପା ସୁବିଧାରେ ପାଇପାରିବେ ସ୍ନେକ୍ ହେଲ୍ପଲାଇନର ସଦସ୍ୟମାନେ ସବୁପ୍ରକାର ସହଯୋଗ କରିବେ ବୋଲି ଶୁଭେନ୍ଦୁ ମଲ୍ଲିକ ପ୍ରକାଶ କରିଛନ୍ତି । କଟକରୁ ମୃତ୍ୟୁଞ୍ଜୟ ଦାସଙ୍କ ରିପୋର୍ଟ,୫/୭/୨୦୨୩---୮,୪୫ Sakhigopal News,5/7/2023

ads

Blog Archive

Popular Posts